Categories: ଜାତୀୟ

ହାଇକୋର୍ଟର ଦ୍ୱାରସ୍ଥ ହେଲେ କପିଲ ମିଶ୍ରା

ନୂଆଦିଲ୍ଲୀ,୬।୮: ଏଏପିର ବିଦ୍ରୋହୀ ତଥା ଅଯୋଗ୍ୟ ଘୋଷିତ ହୋଇଥିବା ନେତା କପିଲ ମିଶ୍ରା ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ଅଯୋଗ୍ୟ ଘୋଷିତ ବିଧାୟକ ମାମଲା ବିରୋଧରେ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ବିଧାନସଭାର ଅଧ୍ୟକ୍ଷ ରାମ ନିଓ୍ବାସ ଗୋଏଲ ଶୁକ୍ରବାର କପିଲଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ଗୋଏଲ କହିଛନ୍ତି ଗତ ଲୋକ ସଭା ନିର୍ବାଚନରେ କପିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳ ପାଇଁ ପ୍ରଚାର କରିବାର ସଙ୍କେତ ମିଳିଥିବାରୁ ସେ ତାଙ୍କ ମୂଳ ରାଜନୈତିକ ଦଳର ସଦସ୍ୟତା ଛାଡି ଦେଇଥିବା ଦର୍ଶାଇ କପିଲଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି।

Share