ହାଇକୋର୍ଟର ନୂଆ ୱେବ୍‌ସାଇଟ୍‌ ଉଦ୍‌ଘାଟିତ

କଟକ ଅଫିସ,,୧୭ା୧୨: ଓଡ଼ିଶା ହାଇକୋର୍ଟର ନୂତନ ୱେବ୍‌ସାଇଟ୍‌ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ଏହି ୱେବ୍‌ସାଇଟ୍‌କୁ ଉଦ୍‌ଘାଟନ କରିଥିଲେ। ଏହାର ନାମ ଜଷ୍ଟିସ୍‌ କ୍ଲକ୍‌ ରଖାଯାଇଛି। ୱେବ୍‌ସାଇଟ୍‌ରୁ ହାଇକୋର୍ଟରେ କାର୍ଯ୍ୟରତ ଆଇନଜୀବୀ, ମାମଲା, ବିଚାର ତାରିଖ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ। ସେହିପରି ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ଏହି ୱେବ୍‌ସାଇଟ୍‌ରେ ସ୍ବତନ୍ତ୍ର ସୁବିଧା ରହିଛି। ୱେବ୍‌ସାଇଟ୍‌ରୁ ହାଇକୋର୍ଟ ସମେତ ଜିଲା କୋର୍ଟ ଏବଂ ଅନ୍ୟ ତଳ କୋର୍ଟରେ ବିଚାର ହେବାକୁ ଥିବା ବିଭିନ୍ନ ମାମଲା ସମ୍ପର୍କରେ ତଥ୍ୟ ମିଳିପାରିବ ବୋଲି ଜଣାପଡିଛି।

Share