Categories: ବାଣିଜ୍ୟ

ହାଇକୋର୍ଟ ଗଲେ ନୀରବ ମୋଦି

ଲଣ୍ଡନ,୧।୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଲଣ୍ଡନ ହାଇକୋର୍ଟରେ ଜାମିନ ଲାଗି ଆବେଦନ କରିଛନ୍ତି। ସ୍ଥାନୀୟ ଓ୍ବେଷ୍ଟମିନିଷ୍ଟର କୋର୍ଟ ୩ ଥର ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି। ଜୁନ୍‌ ୨୭ତାରିଖ ଯାଏ ଜେଲ୍‌ ହାଜତରେ ରହିବାକୁ ଅଦାଲତ ଗୁରୁବାର ନିର୍ଦ୍ଦେଶ ଦେଇଥିଲେ। ପିଏନ୍‌ବିରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ମହାଠକେଇ କରି ସେ ଏବେ ଲଣ୍ଡନକୁ ଫେରାର ହୋଇଯାଇଛନ୍ତି। ଲଣ୍ଡନରେ ସେ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ଯାଇଥିବା ବେଳେ ଗିରଫ ହୋଇଥିଲେ।

Share