Categories: ଜାତୀୟ

ହାଇକୋର୍ଟ ପକ୍ଷରୁ ଜେଏନ୍‌ୟୁ ଛାତ୍ରଙ୍କୁ ମିଳିଲା ଆଶ୍ୱସନା

ନୂଆଦିଲ୍ଲୀ,୨୪।୧: ହଷ୍ଟେଲ ଫି ବୃଦ୍ଧି ପ୍ରତିବାଦରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ର ଛାତ୍ରଙ୍କୁ ମିଳିଛି ଆଶ୍ୱସନା। ଶୁକ୍ରବାର ଏହି ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେଉଁ ୧୦ ପ୍ରତିଶତ ଛାତ୍ର ରେଜିଷ୍ଟ୍ରେଶନ କରି ନାହାନ୍ତି ସେମାନେ ପୁରୁଣା ଫିରେ ଏକ ସପ୍ତାହ ଭିତରେ ରେଜିଷ୍ଟ୍ରେଶନ କରିପାରିବେ। ସେମାନଙ୍କୁ ଲେଟ୍‌ ଫି ଦେବାକୁ ପଡିବ ନାହିଁ। ଏହି ମାମଲାର ପରବର୍ତ୍ତି ଶୁଣାଣି ଫେବୃୟାରୀ ୨୮ରେ କରାଯିବ। ଏହାପରେ ଛାତ୍ରସଙ୍ଘର ଓକିଲ କହିଥିଲେ କେତେଜଣ ପିଲା ବିଶ୍ୱବିଦ୍ୟାଳୟ ପ୍ରଶାସନର ଭୟରେ ବର୍ଦ୍ଧିତ ଫି ଜମା କରୁଛନ୍ତି। ଯଦି ସେମାନେ ଏହା ଦାଖଲ ନ କରନ୍ତି ତେବେ ସେମାନଙ୍କୁ ମିଳୁଥିବା ସୁବିଧା ଫେରାଇ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନ କହିଛନ୍ତି। ସେମାନଙ୍କ ପାଇଁ ମଧ୍ୟ କୋର୍ଟ କୋହଳ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

Share