Advertisement

ହାଇକୋର୍ଟ ପହଞ୍ଚିଲେ ନଓ୍ବାଜ୍‌

ଇସ୍‌ଲାମାବାଦ,୨୧।୫: ଭ୍ରଷ୍ଟାଚାର ମାମଲାରେ ଜେଲରେ ସଜ୍ଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଇସ୍‌ଲାମାବାଦ ହାଇକୋର୍ଟ ପହଞ୍ଚିଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏବେ ତାଙ୍କ ଓକିଲ ଡାକ୍ତରି ରିପୋର୍ଟ ଆଧାରରେ ତାଙ୍କର ଜାମିନ ଆବେଦନ କରିଛନ୍ତି। ତାଙ୍କ ଓକିଲ ଦର୍ଶାଇଛନ୍ତି କି ସେ ବହୁ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିବାରୁ ଜେଲ୍‌ରେ ତାଙ୍କର ଚିକିତ୍ସା ସମ୍ଭବ ନୁହେଁ। ତେଣୁ ତାଙ୍କ ଜାମିନ ମଞ୍ଜୁର କରାଯାଉ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share