ହାଇକୋର୍ଟ ବେଞ୍ଚ ଦାବିରେ ବିଜେପୁର ବନ୍ଦ: ଜୀବନଯାତ୍ରା ବ୍ୟାହତ

ବିଜେପୁର,୫।୨(ଡି.ଏନ୍‌.ଏ.) : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବିରେ ବୁଧବାର ହୋଇଥିବା ଆନ୍ଦୋଳନରେ ବରଗଡ଼ ଜିଲା ବିଜେପୁର ବ୍ଲକରେ ବନ୍ଦ ପାଳନ କରାଯାଇଛି। ସ୍ବତଃସ୍ଫୁର୍ତ୍ତ ଭାବେ ଦୋକାନ ବଜାର ବନ୍ଦ ହୋଇଥିବା ବେଳେ ଯାନବାହନ ଚଳାଚଳ ବନ୍ଦ ରହିଛି। ଆଇନଜୀବୀମାନେ ପିକେଟିଂ କରି ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରି ଦେଇଥିଲେ। ବନ୍ଦପାଳନ ଯୋଗୁ ଜୀବନଯାତ୍ରା ବ୍ୟାହତ ହୋଇଛି। ଏହି ବନ୍ଦ ପାଳନକୁ ବଣିକ ସଂଘ, ଟ୍ୟାକ୍ସି ୟୁନିୟନ ସ୍ବତଃସ୍ଫୁର୍ତ୍ତ ସମର୍ଥନ କରିଥିବା ଜଣାପଡ଼ିଛି। ସ୍ଥାନୀୟ ଓକିଲ ସଂଘର ସଭାପତି ଲାଲ ବିହାରୀ ସାହୁଙ୍କ ନେତୃତ୍ୱରେ ଆଇନଜୀବୀମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ।

Share