ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ:ଗଠନ ହେଲା ସଚିବସ୍ତରୀୟ କମିଟି

ଭୁବନେଶ୍ୱର,୩୦-୮(ବ୍ୟୁରୋ):ଦୀର୍ଘଦିନ ଧରି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ଜୋର୍‌ ଧରିଛି। ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ଲାଗି ବାରମ୍ବାର ଦାବି କରାଯାଉଛି। ତୁରନ୍ତ ପଦକ୍ଷେପ ନେବା ପାଇଁ ବିଭିନ୍ନ ପ୍ରାନ୍ତରୁ ଆସି ବିଭିନ୍ନ ବର୍ଗର ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ବାରମ୍ବାର ଦାବି କରିଯାଇଛନ୍ତି। ଏପରି କି ଦଳମତ ନିର୍ବିଶେଷରେ ଶାସକ ଦଳ ନେତାମାନେ ମଧ୍ୟ ବିରୋଧୀଙ୍କ ସହ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ବିଭିନ୍ନ ସମୟରେ ଟାର୍ଗେଟ କରିଛନ୍ତି। ଗତ ୨୦୧୯ ସାଧାରଣ ନିର୍ବାଚନର ଖୁବ୍‌ କମଦିନ ପୂର୍ବରୁ ଏହି ପ୍ରସଙ୍ଗରେ ଦାବି ଜୋର୍‌ ଧରିବାରୁ ମୁଖ୍ୟମନ୍ତ୍ରୀ ଏହାର ସମାଧାନ ପାଇଁ ଗତ ମାର୍ଚ୍ଚ ୮ରେ ବିଚାର ବିଭାଗୀୟ କମିଶନ ସ୍ଥାପନ କରିଥିଲେ। ଏଥିପାଇଁ ଏକ ସଚିବସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଥିଲା। ମାତ୍ର ଉକ୍ତ କମିଟି ରିପୋର୍ଟ କଣ ଆସିଲା ସେନେଇ କିଛି ଜଣାପଡିନାହିଁ। ଏବେ ଏହି ପ୍ରସଙ୍ଗ ଜୋର ଧରିବାରୁ ସରକାର ପୁଣିଥରେ ଏହାର ସମାଧାନ ନିମନ୍ତେ ଏକ ସଚିବସ୍ତରୀୟ କମିଟି ଘୋଷଣା କରିଛନ୍ତି। ପରିସ୍ଥିତିକୁ ଏଡାଇବା ପାଇଁ ସରକାର ପୁଣି ଏକପ୍ରକାର ସମୟ ଗଡାଇବାର ବାହାନା ଖୋଜିଥିବା ବିରୋଧୀ ଅଭିଯୋଗ କରୁଛନ୍ତି।
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ପ୍ରସଙ୍ଗରେ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସଚିବସ୍ତରୀୟ କମିଟିର ପୁନର୍ଗଠନ କରାଯାଇ ଏହି ପ୍ରସଙ୍ଗରେ ସମାଧାନର ରାସ୍ତା କାଢିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାୟୀ ବେଞ୍ଚ ସ୍ଥାପନ ନିମନ୍ତେ ହାଇକୋର୍ଟ ମୁଖ୍ୟ ବିଚାରପତି ଓ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସହ ବିଚାର ବିମର୍ଶ କରିବା ସକାଶେ ରାଜ୍ୟ ସରକାର ଗତ ମାର୍ଚ୍ଚ ୮ ତାରିଖରେ ଏକ ଅଫିସର ସ୍ତରୀୟ କମିଟି ଗଢିଥିଲେ। ରାଜ୍ୟ ସରକାର ବୁଧବାର ଉକ୍ତ ଅଫିସର ସ୍ତରୀୟ କମିଟିର ପୁନର୍ଗଠନ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରୁ ଜଣାପଡିଛି ଯେ, ସଂଶୋଧିତ କମିଟିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପରିବର୍ତ୍ତେ ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ରଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଏଥିରେ ଆଉ ୪ ଜଣଙ୍କୁ ସଦସ୍ୟ ରଖାଯାଇଛି। ଏମାନଙ୍କ ମଧ୍ୟରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ଏଥିରେ ସଦସ୍ୟ ରହିଛନ୍ତି। ଏହାସହ ଗୃହ(ହାଇକୋର୍ଟ) ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଏହି କମିଟିର ଆବାହକ ସଦସ୍ୟ ଭାବରେ ନିଯୁକ୍ତି ଦିଆଯାଇଛି। ତେବେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର କେଉଁ ସ୍ଥାନରେ କରାଯିବ ସେନେଇ କମିଟି ସ୍ଥିର କରିବ। ଏହାସହ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କମିଟି ବିଭିନ୍ନ ଦିଗରୁ ତର୍ଜମା କରିବ। ତେବେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ରାଜ୍ୟ ସରକାର ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିବା ସକାଶେ ପ୍ରଥମେ ବିଚାର ବିଭାଗୀୟ କମିଶନ ସ୍ଥାପନ କରିଥିଲେ। ତେବେ ଏଥର ସରକାର ଏନେଇ କମିଟି ଗଠନ କରିଥିବା ବେଳେ କେତେଦିନ ମଧ୍ୟରେ କମିଟି ପକ୍ଷରୁ ରିପୋର୍ଟ ଆସି ଚୂଡାନ୍ତ ନିଷ୍ପତ୍ତି ନିଆଯିବ ସେନେଇ କିଛି ଉଲ୍ଲେଖ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ କଳଙ୍କ: ମା’ଙ୍କୁ ବଳାତ୍କାର କଲେ ପୁଅ

ଦେବଗଡ଼,୩।୧୦(ଶଶାଙ୍କ ଶେଖର ଝାଙ୍କର): ସମ୍ପର୍କରେ ଲାଗିଛି କଳଙ୍କର ଛିଟା। ଜନ୍ମଦାତ୍ରୀ ମା’ଙ୍କୁ ବଳାତ୍କାର ଭଳି ଜଘନ୍ୟ ଅପରାଧ କରିବାକୁ ପଛାଇନାହାନ୍ତି ଜଣେ ପୁଅ। ଦେବଗଡ଼ ଜିଲା...

ଆହାର କେନ୍ଦ୍ରକୁ ନେଇ ଆସିଲା ମନ୍ତ୍ରୀଙ୍କ ବଡ଼ ବୟାନ

ସମ୍ବଲପୁର,୩।୧୦ (ଭବାନୀଶଙ୍କର ଭୋଇ): ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଜେଲ୍‌ ଛକ ସ୍ଥିତ ସାର୍ବଜନୀନ ଆହାର କେନ୍ଦ୍ର...

ଅକ୍ଟୋବର ୯କୁ ଦିଆଯିବ ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି, ଏହି ତାରିଖ ସୁଦ୍ଧା ସରିବ ପ୍ରସ୍ତୁତି

ନୂଆଦିଲ୍ଲୀ,୩।୧୦: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ପ୍ରଥମକିସ୍ତି ଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୨୯ହଜାର ୭୨୦...

ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣା: କୃଷକ ସଙ୍ଗଠନର ଆନ୍ଦୋଳନ ଚେତାବନୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀନେତା ତଥା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅଭ୍ୟାସଗତ ଅପରାଧୀ ଭାବେ ଉଲ୍ଲେଖ କରିବା ଏବଂ...

ଟ୍ରାକିଂବେଳେ ବନ କର୍ମଚାରୀଙ୍କୁ ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ଭାଙ୍ଗିଦେଲା ହାତ

ବଣାଇଁ,୩ା୧୦(ପ୍ରଦୀପ ତ୍ରିପାଠୀ): ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ...

ଓଡ଼ିଶାରେ ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଥିଲେ। ବୈଠକରେ...

ବବିଙ୍କ ରଣହୁଙ୍କାର ପରେ ମୁହଁ ଖୋଲିଲେ ସୁଜାତା, କହିଲେ ମୋର ଇସ୍ତଫା…

ଭୁବନେଶ୍ୱର,୩ା୧୦: ବୁଧବାର  ବିଜେଡି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ରଣହୁଙ୍କାର ପରେ ଗୁରୁବାର ସୁଜାତା ସାହୁ ଏକ ବଡ଼ ବୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri