Advertisement

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଦ୍ୱିତୀୟ ଦିନରେ ଜିଲା ଓକିଲ ସଂଘର ବନ୍ଦ ପାଳନ

ଦେବଗଡ଼ ୨୭।୯: ଦେବଗଡ଼ ଜିଲା ଓକିଲ ସଂଘ ପକ୍ଷରୁ ପଞ୍ଚିମ ଓଡ଼ିଶା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଚାଲିଥିବା ବନ୍ଦ ପାଳନ ଶୁକ୍ରବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଏଥିରେ ସମସ୍ତ ସରକାରୀ ବେସରକାରୀ କୋର୍ଟ କଚେରୀ, ପୋଷ୍ଟ ଅଫିସ, ବ୍ୟାଙ୍କକୁ ପିକେଟିଂ କରି ବନ୍ଦ କରାଯାଇଛି । ଜିଲା ଜଜ୍‌ ସୁଦୀପ୍ତ ଆଚାର୍ଯ୍ୟ କୋର୍ଟକୁ ଆସିବା ସମୟରେ ସଂଘର ସଭାପତି ରାଜୀବ ଲୋଚନ ପ୍ରଧାନ ସଂଘର ସମ୍ପାଦକ ତରଣୀକାନ୍ତ ଦାଶ, ଉପସଭାପତି ବିକାଶ ପ୍ରଧାନ, ମନୋଜ ପାଢ଼ୀ, ଦିଲୀପ ଗୁରୁ, କ୍ଷେତ୍ରବାସୀ ମେହେର, ସଚ୍ଚିକାନ୍ତ ଦାଶ, ଶ୍ରୀବତ୍ସ ମିଶ୍ର ପ୍ରମୁଖ କୋର୍ଟକୁ ନ ଆସିବା ପାଇଁ ଅନୁରୋଧ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share