ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିକ୍ରି ଉପରେ କଟକଣା

ନୂଆଦିଲ୍ଲୀ,୨୮ା୩(ପି.ଟି.): ମହାମାରୀ କୋଭିଡ୍‌-୧୯ ଜନିତ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିକ୍ରି ଓ ବଣ୍ଟନ ଉପରେ କଟକଣା ଜାରି କରିଛି। ଜନସ୍ବାର୍ଥ ଲାଗି ଏହା ଜରୁରୀ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଏଥିପାଇଁ ଡ୍ରଗ୍ସ ଓ କସ୍‌ମେଟିକ୍ସ ଅଧିନିୟମ, ୧୯୪୦ର ଧାରା ୨୬(ବି)ରେ ପ୍ରଦତ୍ତ କ୍ଷମତା ବଳରେ କେନ୍ଦ୍ର ସରକାର ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିକ୍ରି ଓ ବଣ୍ଟନକୁ ନିୟନ୍ତ୍ରଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ଔଷଧକୁ କୋଭିଡ-୧୯ ଚିକିତ୍ସାରେ ବ୍ୟବହାର କରିବା ଲାଗି ଆଇସିଏମ୍‌ଆର୍‌ ସୁପାରିସ କରିଥିଲା।

Share