ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଚାଲିଚାଲି ଯାଉଥିଲେ, ସୋରଠାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ସୋର,୨୯।୫(ଡି.ଏନ.ଏ.): ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ସୋର ଜାତୀୟ ରାଜପଥ ବରଫକଳ ଛକଠାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପଶ୍ଚିମବଙ୍ଗର ପଶ୍ଚିମପଡା ଅଞ୍ଚଳର ଆୟର ମହମ୍ମଦ(୫୨)। ସେ ସାନଭାଇ ସେକ୍‌ ଆଲିଙ୍ଗିରଙ୍କ ସହ ପଶ୍ଚିମବଙ୍ଗକୁ ଫେରୁଥିଲେ। ଗୁରୁବାର ବିଳମ୍ବିତ ରାତିରେ ସୋରଠାରେ ବିଶ୍ରାମ ନେଇଥିଲେ। ହେଲେ ସେଠାରେ ସେ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ସୋର ପୋଲିସ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସେ କିଛି ବାଟ ଟ୍ରକରେ ଓ କିଛି ବାଟ ଚାଲିଚାଲି ଆସୁଥିବା ଜଣାପଡ଼ିଛି।

Share