ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା : ଡ୍ରାଇଭର ମୃତ, ୨ଆହତ

ଖୋର୍ଦ୍ଧା ଅଫିସ,୫।୫ : ଖୋର୍ଦ୍ଧା ଟାଙ୍ଗି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କୁହୁଡ଼ି ଛକରେ ହାଇଦ୍ରାବାଦ ରୁ ପ୍ରବାସୀ ଓଡିଆଙ୍କୁ ଧରି ଫେରୁଥିବା ବସ ମଙ୍ଗଳବାର ସକାଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ଏବଂ ୨ଜଣ ଆହତ ହୋଇଛନ୍ତି । ବସରେ ଥିବା ଅନ୍ୟ ମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣା ସ୍ଥଳରେ ବାଲୁଗାଁ ଏସଡିପିଓ, ସ୍ଥାନୀୟ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ ରେ ଭର୍ତ୍ତି କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦରୁ ଖୋର୍ଦ୍ଧା,କେନ୍ଦ୍ରାପଡା ଓ ଜଗତସିଂହପୁର ର ୪୫ ଜଣ ପ୍ରବାସୀଙ୍କୁ ଧରି ହାଇଦ୍ରାବାଦରୁ ଏହି ବସ (AP02TA0954) ରବିବାର ବାହାରିଥିଲା। କୁହୁଡ଼ି ଛକଠାରେ ରାଜପଥ କଡ଼ରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରକକୁ ଧକ୍କା ଦେଇଥିଲା।

Share