Categories: ଜାତୀୟ

ହାଇଦ୍ରାବାଦରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ଘଟଣା: ପୋଲିସଙ୍କ ଉପରେ ଫୁଲ ବର୍ଷା କଲେ ସାଧାରଣ ଲୋକେ

ହାଇଦ୍ରାବାଦ,୬।୧୨: ହାଇଦ୍ରାବାଦର ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଏନ୍‌କାଉଣ୍ଟର କରିଛି। ଏହି ଏନ୍‌କାଉଣ୍ଟର ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ପୋଲିସର ଏହି କାର୍ଯ୍ୟକୁ ପ୍ରଶଂସା କରଯାଇଛି। ହାଇଦ୍ରାବାଦର ସ୍ଥାନୀୟ ଲୋକେ ଉକ୍ତ ଏନ୍‌କାଉଣ୍ଟରରେ ଖୁସି ହୋଇ ଘଟଣାସ୍ଥଳରେ ଥିବା ପୋଲିସଙ୍କ ଉପରକୁ ଫୁଲ ବର୍ଷା କରିଥିବା ଦେଖିବାକୁ ମିଳିଛି। ଏଥିସହ ପୀଡିତାଙ୍କ ପଡୋଶୀମାନେ ପୋଲିସଙ୍କୁ ରାକ୍ଷୀ ବାନ୍ଧି ମିଠା ଖୁଆଇବା ସହ ଜିନ୍ଦାବାଦ ସ୍ଲୋଗାନ ଦେଇଛନ୍ତି। ତେବେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ବାଣ ଫୁଟାଇ ଏକ ପ୍ରକାର ଉତ୍ସବ ପାଳନ କରିଛନ୍ତି।

Share