Categories: ଖେଳ

ହାଇଦ୍ରାବାଦର ଗଣବଳାତ୍କାର ମାମଲା: କୋହଲି କହିଲେ, ଅତ୍ୟନ୍ତ ଲଜ୍ଜାଜନକ

ହାଇଦ୍ରାବାଦ,୨।୧୨: ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ସାରା ଦେଶରେ ଦାବି ଉଠିଛି। ଏସବୁ ଭିତରେ ଭାରତୀୟ ବିରାଟ କୋହଲିଙ୍କ ସମେତ ସମଗ୍ର କ୍ରୀଡା ଜଗତ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ବିରାଟ ଟୁଇଟ୍‌ କରି କହିଛନ୍ତି, ଯାହା ହାଇଦ୍ରାବାଦରେ ଘଟିଲା, ତାହା ଅତ୍ୟନ୍ତ ଲଜ୍ଜାଜନକ। ଏବେ ସମୟ ଆସିଛି ଯେ ଆମେ ସମସ୍ତେ ଏକ ସମାଜ ଭାବେ ଆଗକୁ ଆସିବା ଏବଂ ଏଭଳି ଅମାନବୀୟ ନରସଂହାରକୁ ଶେଷ କରିବା। ପୂର୍ବତନ କ୍ରିକେଟର୍‌ ଇରଫାନ ପଠାନ ଟୁଇଟ କରିଛନ୍ତି, ଦେଶ ଯାହାର ବି ହେଉ ପଛେ, କିନ୍ତୁ ଯେଉଁଠି ମାନବିକତାର ମୃତ୍ୟୁ ହେଉଛି, ସେଠାରେ ସାରା ଦେଶ କାନ୍ଦୁଛି। ସୂଚନାଯୋଗ୍ୟ, ରଙ୍ଗାରେଡ୍ଡୀ ଜିଲାର ଜଣେ ମହିଳା ଡାକ୍ତରଙ୍କୁ ୪ ଜଣ ଗଣବଳାତ୍କାର କରିବା ପରେ ତାଙ୍କୁ ପୋଡି ହତ୍ୟା କରିଥିଲେ। ପୋଲିସ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share