Categories: ଜାତୀୟ

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର୍‌: ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ବଳାତ୍କାର ପରେ ୯ ମହିଳାଙ୍କୁ ଜଳାଇ ହତ୍ୟା ଅଭିଯୋଗ; ପୋଲିସ ପକ୍ଷରୁ ସୂଚନା

ହାଇଦ୍ରାବାଦ୍‌,୧୮।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାରେ ସ୍ଥାନୀୟ ପୋଲିସ ପକ୍ଷରୁ ବିସ୍ଫୋରକ ବୟାନ ଦିଆଯାଇଛି। ଏନ୍‌କାଉଣ୍ଟର ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ବଳାତ୍କାର ପରେ ୯ ମହିଳାଙ୍କୁ ଜଳାଇ ହତ୍ୟା କରିଥିବା ଅଭିଯୋଗ ରହିଥିବା ପୋଲିସ କହିଛି। ଅଭିଯୁକ୍ତ ଆରିଫ୍‌ଙ୍କ ବିରୋଧରେ ଏଭଳି ୬ଟି ମାମଲା ରହିଥିବାବେଳେ ଚେନ୍ନାକେସାବୁଲୁଙ୍କ ନାମରେ ୩ ମାମଲା ରହିଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share