Categories: ଜାତୀୟ

ହାଇଦ୍ରାବାଦ୍‌ ଘଟଣା ପରେ ସୁରକ୍ଷା ଆପ୍‌ ଡାଉନଲୋଡ୍‌ କରିଛନ୍ତି ଲକ୍ଷେ ୩୦ ହଜାର: ୭ ସେକେଣ୍ଡରେ ମିଳିବ ଉତ୍ତର

ବେଙ୍ଗାଲୁରୁ,୧୧।୧୨: ହାଇଦ୍ରାବାଦ୍‌ ଘଟଣା ପରେ ବେଙ୍ଗାଲୁରୁରେ ଲକ୍ଷେ ୩୦ ହଜାର ଲୋକ ସୁରକ୍ଷା ଆପ୍‌ ଡାଉନଲୋଡ୍‌ କରିଛନ୍ତି। ଏନେଇ ବେଙ୍ଗାଲୁରୁ ପୋଲିସ ଡେପୁଟି କମିଶନର କୁଲଦୀପ୍‌ ଜୈନ କହିଛନ୍ତି ଏହି ଆପ୍‌ ଦ୍ୱାରା ସହାୟତା ଲୋଡୁଥିବା ବ୍ୟକ୍ତିଙ୍କୁ ୭ ସେକେଣ୍ଡ ମଧ୍ୟର ଉତ୍ତର ମିଳିପାରିବ। ସୁରକ୍ଷା ଲାଗି ୨୦୧୭ରେ ବେଙ୍ଗାଲୁରୁ ପୋଲିସ ପକ୍ଷରୁ ଏହି ଆପ୍‌ର ପ୍ରଚଳନ କରାଯାଇଥିଲା। ଇତିମଧ୍ୟରେ ୨ ଲକ୍ଷ ୮୦ ହଜାର ଲୋକ ଏହାକୁ ଡାଉନ୍‌ଲୋଡ୍‌ କରିଛନ୍ତି। ସୂଚନାଯୋଗ୍ୟ, ଡିସେମ୍ବର ୩ରେ ବେଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ ଏହି ଆପ୍‌ ଡାଉନଲୋଡ୍‌ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ।

Share