Categories: ଜାତୀୟ

ହାଇଦ୍ରାବାଦ୍‌ ପୋଲିସଙ୍କୁ ସଲାମ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ, ୬।୧୨: ତେଲେଙ୍ଗାନାର ଡାକ୍ତରାଣୀଙ୍କୁ ଗଣବଳାତ୍କାର କରିବା ପରେ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଶୁକ୍ରବାର ସକାଳୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆଶ୍ୱସ୍ତି ଖେଳିଯାଇଛି। ୨୦୧୨ରେ ଦିଲ୍ଲୀରେ ଘଟିଥିବା ଗଣବଳାତ୍କାର ମାମଲାରେ ନିର୍ଭୟାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ। ଦୀର୍ଘ ୭ ବର୍ଷ ହେଲା ଝିଅକୁ ନ୍ୟାୟ ଦେବା ପାଇଁ କୋର୍ଟ ଯାଇ ଯାଇ ଥକିଯାଇଥିବା ନିର୍ଭୟାଙ୍କ ମା’ ହାଇଦ୍ରାବାଦ ଘଟଣାରେ ପୋଲିସଙ୍କୁ ସଲାମ କରିଛନ୍ତି। ସେ କହିଛନ୍ତି, ନରରସଂହାର ଘଟାଇଥିବା ଦୋଷୀଙ୍କୁ ଏଭଳି ଦଣ୍ଡ ଦରକାର। ମୁଁ ହାଇଦ୍ରାବାଦ୍‌ ପୋଲିସ, ସରକାରଙ୍କୁ ଧନ୍ୟବାଦ ଦେବି। ଆଶା କରୁଛି ଆଗକୁ ଏଭଳି ଘଟଣାରେ ଦୋଷୀକୁ ଖୁବ୍‌ଶୀଘ୍ର ଦଣ୍ଡ ମିଳିବ। କାରଣ ଦେଶରେ ଅଭିଯୁକ୍ତଟିଏ ଦଣ୍ଡ ପାଇବା ବହୁତ କଷ୍ଟ। ମୋ ଝିଅକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରୁନାହିଁ। ଲଢିବାକୁ ପାଖରେ ଆଉ ଟଙ୍କା ମଧ୍ୟ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ଗଣବଳାତ୍କାର ମାମଲାରେ ଜଡିତ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି।

Share