Categories: ଜାତୀୟ

ହାଇଦ୍ରାବାଦ୍‌ ବଜାରରେ ମିଳୁନି ଜାତୀୟ ପତାକା

ହାଇଦ୍ରାବାଦ୍‌,୯।୧:ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ନାଗରିକତ୍ୱ ସଂଶୋଧିତ ଆଇନ୍‌(ସିଏଏ)କୁ ବିରୋଧ କରି ଜୋରଦାର ପ୍ରଦର୍ଶନ ଜାରି ରହିଛି। ଏହି ଆଇନକୁ ବିରୋଧ ଏବଂ ସପକ୍ଷରେ ମତ ଦେଉଥିବା ଲୋକେ ନିଜ ନିଜ ର଼୍ୟାଲିରେ ଜାତୀୟ ପତାକା ଧରି ଯାଉଥିବାର ଲକ୍ଷ୍ୟ କରାଯାଇଛି। ଏହାର ଫଳସ୍ବରୂପ ବଜାରରେ ଏବେ ଜାତୀୟ ପତାକା ମିଳୁନାହିଁ। ଆଗକୁ ଗଣତନ୍ତ୍ର ଦିବସ ଆସୁଥିବାବେଳେ ତ୍ରିରଙ୍ଗାର ଅଭାବକୁ ଦେଖି ଦୋକାନୀଗୁଡିକ ପତାକା ମୂଲ୍ୟ ଦ୍ୱିଗୁଣିତ କରିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁୟାରୀ ୪ରେ ହାଇଦ୍ରାବାଦ୍‌ରେ ହଜାର ହଜାର ଲୋକ ସିଏଏ ବିରୋଧରେ ତ୍ରିରଙ୍ଗା ଧରି ରାଜରାସ୍ତାକୁ ଓହ୍ଲାଇ ଥିଲେ। ଏହି ର଼୍ୟାଲି ପାଇଁ ୩.୫ଲକ୍ଷ ତ୍ରିରଙ୍ଗା ବିକ୍ରି ହୋଇଥିଲା।

Share