Categories: ଜାତୀୟ

ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲେ ମାନେକା ଗାନ୍ଧୀ: କହିଲେ, ଦେଶ ପାଇଁ ଏହା ଏକ ଭୟାନକ ଘଟଣା

ନୂଆଦିଲ୍ଲୀ, ୬।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତ୍ରୀ ମାନେକା ଗାନ୍ଧୀ ହାଇଦ୍ରାବାଦ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେଠାରେ ଯାହା ଘଟିଛି ତାହା ଠିକ୍‌ ନୁହେଁ। ଗଣବଳାତ୍କାର ଘଟଣାର ସମାଧାନ ଦୋଷୀଙ୍କୁ ଏନକାଉଣ୍ଟର କରାଯିବା ନୁହେଁ। ଅଭିଯୁକ୍ତଙ୍କୁ ଏକ ନ୍ୟାୟିକ ପ୍ରକ୍ରିୟା ଦ୍ୱାରା ଦଣ୍ଡ ମିଳିବା ଉଚିତ୍‌ ଥିଲା। ଆଇନକୁ ପୋଲିସ ନିଜ ହାତରେ ନେଇପାରିବ ନାହିଁ। ଦେଶ ପାଇଁ ଏହା ଏକ ଭୟାନକ ଘଟଣା ବୋଲି ମାନେକା କହିଛନ୍ତି। ସୂଚନାଯୋଗ୍ୟ, ହାଇଦରାବାଦ ଡାକ୍ତରାଣୀ ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଅଭିଯୁକ୍ତ ଆରିଫ, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ ଶୁକ୍ରବାର ଭୋରରୁ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି।

Share