Categories: ଜାତୀୟ

ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କଲେ ଜଗନ ରେଡ୍ଡୀ, କହିଲେ ମୋର ବି ଅଛନ୍ତି ଦୁଇଟି ଝିଅ

ହାଇଦ୍ରାବାଦ,୯।୧୨:ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ରେଡ୍ଡୀ ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କରିଛନ୍ତି। ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ ପୋଲିସକୁ ପ୍ରଶଂସା କରିଛନ୍ତି। ଆନ୍ଧ୍ର ପଦେଶ ବିଧାନସଭାରେ ଏକ ଚର୍ଚ୍ଚା ଉପରେ ମତ ରଖି ଜଗନ କହିଛନ୍ତି, ମୁଁ ଦୁଇଟି ଝିଅର ପିତା। ମୋର ଏକ ଭଉଣୀ ଏବଂ ସ୍ତ୍ରୀ ଅଛନ୍ତି। ଯଦି ମୋ ଝିଅ ସହ ଏଭଳି ଘଟଣା ଘଟିବ ତେବେ ମୋ ପ୍ରତିକ୍ରିୟା କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ବଳାତ୍କାର ପାଇଁ ଯେଉଁ ଆଇନ୍‌ ରହିଛି ତାହା ତୁରନ୍ତ ପରିବର୍ତ୍ତନ ହୋଇ ଦୋଷୀକୁ ଖୁବ୍‌ଶୀଘ୍ର ଦଣ୍ଡ ଦିଆଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ହାଇଦ୍ରାବାଦରେ ମହିଳା ଡାକ୍ତରାଣୀଙ୍କୁ ଗଣବଳାତ୍କାର ଅଭିଯୋଗରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଡିସେମ୍ବର ୬ରେ ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ନେଇଥିଲା। ତେବେ ଏହି ସମୟରେ ସେମାନେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସମସ୍ତଙ୍କୁ ଏନକାଉଣ୍ଟର କରିଥିବା କହିଛି। କିଛି ଲୋକ ପୋଲିସର କାର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ବିରୋଧ କରିଛନ୍ତି।

Share