Categories: ଜାତୀୟ

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ପୋଲିସ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ହାଇଦ୍ରାବାଦ,୭।୧୨: ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲାରେ ପୋଲିସ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏନ୍‌କାଉଣ୍ଟରରେ ସାମିଲ ଥିବା ପ୍ରତି ପୋଲିସ କର୍ମଚାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ପାଇଁ ଏହି ଆବେଦନ ପତ୍ରରେ ଦାବି କରାଯାଇଛି। ଏଥିସହ ଏକ ଯାଞ୍ଚ କମିଟି ଗଠନ କରାଯାଇ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପ୍ରିକୋର୍ଟଙ୍କ ଓକିଲ ଜିଏସ୍‌ ମଣି ଓ ପ୍ରଦୀପ କୁମାର ଯାଦବ ଦାବି କରିଛନ୍ତି। ସେ କହିଛନ୍ତି ୨୦୧୪ରେ ସୁପ୍ରିମକୋର୍ଟ ପକ୍ଷରୁ ଦିଆଯାଇଥିବା ଗାଇଡ୍‌ଲାଇନ୍‌କୁ ସେମାନେ ଉଲ୍ଲଂଘନ କରିଛନ୍ତି।

Share