Categories: ଜାତୀୟ

ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଖୁବ୍‌ଶୀଘ୍ର ଫାଷ୍ଟ ଟ୍ରାକ୍‌ରେ ହେବ ଶୁଣାଣି

ହାଇଦ୍ରାବାଦ,୪।୧୨: ହାଇଦ୍ରାବାଦରେ ଗତ ସପ୍ତାହର ବହୁ ଚର୍ଚ୍ଚିତ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ଶୁଣାଣି ଖୁବ୍‌ଶୀଘ୍ର କରାଯିବ। ମହବୁବନଗର ଜିଲାରେ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯାଇ ଏହି ମାମଲାର ଶୁଣାଣି କରାଯିବ ବୋଲି ବୁଧବାର ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏନେଇ ଘୋଷଣା କରିଥିଲେ।

Share