Categories: ଜାତୀୟ

ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଫାଷ୍ଟ-ଟ୍ରାକ୍‌ କୋର୍ଟରେ ହେବ ଶୁଣାଣି

ହାଇଦ୍ରାବାଦ,୫ା୧୨: ତେଲଙ୍ଗାନାର ୨୬ ବର୍ଷୀୟା ମହିଳା ପଶୁ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି ଫାଷ୍ଟ-ଟ୍ରାକ୍‌ କୋର୍ଟରେ ହେବ। ରାଜ୍ୟ ଆଇନ ବିଭାଗ ଏହାକୁ ଅନୁମୋଦନ କରିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମାମଲାର ବିଚାର ପାଇଁ ଫାଷ୍ଟ-ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ହେବ ବୋଲି ଗତ ରବିବାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଥିଲେ। ତୁରନ୍ତ ବିଚାର ଆରମ୍ଭ କରି ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଦାବିରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତି ମାଲିଓ୍ବାଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ଏଭଳି ଘୃଣ୍ୟ ଅପରାଧ ପାଇଁ ବଳାତ୍କାରୀଙ୍କୁ ଫାଶୀ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏପରିକି ଅପରାଧୀଙ୍କୁ ପିଟି ମାରିଦେବା ପାଇଁ ରାଜ୍ୟ ସଭାରେ ସମାଜବାଦୀ ପାର୍ଟି ଏମ୍‌ପି ଜୟା ବଚ୍ଚନ କହିଥିଲେ।

Share