ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି

ବରଗଡ଼ ଅଫିସ,୩।୧୨: ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର କାର୍ଯ୍ୟକାରୀ ସଭାପତି ଗୀତା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲାପାଳ ଅଫିସକୁ ଯାଇ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ ସୁମତୀ ପଣ୍ଡାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭାରତୀୟ ଦଣ୍ଡବିଧି ଆଇନରେ ସଂଶୋଧନ ଅଣାଯାଇ ହାଇଦ୍ରାବାଦ ଭଳି କୌଣସି ବଳାତ୍କାର, ହତ୍ୟା ଅଭିଯୁକ୍ତଙ୍କୁ ଅବିଳମ୍ବେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ପାଇଁ ସ୍ମାରକପତ୍ରରେ ନିବେଦନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ସମିତିର ଅନ୍ୟ କର୍ମକର୍ତ୍ତା ଓ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ।

Share