ହାଇଦ୍ରାବାଦ ଭେଟେରିନାରି ଡାକ୍ତରଙ୍କ ବଳାତ୍କାର, ହତ୍ୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ହାଇଦ୍ରାବାଦ,୧୭।୨: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ଏହି ଚର୍ଚ୍ଚିତ ଘଟଣାକୁ ନେଇ ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ସୋମବାର ରାମ ଗୋପାଳ ହାଇଦ୍ରାବାଦର ଶମଶାବାଦ ଏସିପିଙ୍କୁ ଦେଖା କରିବାକୁ ଯାଇଛନ୍ତି। ଏସିପିଙ୍କ ସହ ଦେଖାକରି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିବା ସେ କହିଛନ୍ତି। ସଠିକ୍‌ ତଥ୍ୟ ସଂଗ୍ରହ ପରେ ଏହା ତାଙ୍କ ସ୍କ୍ରିପ୍ଟ ପାଇଁ ସାହାଯ୍ୟ କରିବ ବୋଲି ରାମ ଗୋପାଳ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ହାଇଦ୍ରାବାଦ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କର ମାତ୍ର ସପ୍ତାହେ ଭିତରେ ପୋଲିସ ଏନକାଉଣ୍ଟରେ ମୃତ୍ୟୁ ହୋଇଥିଲା। ଆଉ ଏହାକୁ ନେଇ ନିର୍ଭୟା ଗରବଳାତ୍କାର ମାମଲାର ଶୀଘ୍ର ଶୁଣାଣି କରାଯାଇ ବୋଲି ଦାମି କରାଯାଇଥିଲ।

Share