ହାଇୱା – ଟ୍ରକ ମୁହାଁମୁହିଁ ଧକ୍କା: ୩ ଗୁରୁତର

କୁତ୍ରା, ୨୨।୮ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କୁତ୍ରା ଦେଇ ଯାଇଥିବା ୧୦ନଂ. ରାଜ୍ୟ ରାଜପଥର କୁତ୍ରା ଥାନା ପାଖରେ ଗୁରୁବାର ଦୁର୍ଘଟଣା ଘଟିଛି। ଭୁଲ ପାର୍ଶ୍ୱରେ ଆସୁଥିବା ଏକ ହାଇୱା ନଂ. ଓଡି ୧୪ ସି- ୬୯୯୧ ସହ ଏକ ଟ୍ରକ ନଂ. ଓଡି ୧୬ ସି- ୨୫୯୨ର ମୁହାଁମୁହିଁ ଧକ୍କା ଦେବା ଫଳରେ ୩ଜଣ ଗୁରୁତର ହୋଇଛନ୍ତି। ଅପରାହ୍ନ ୩ଟାରେ ଏକ ସ୍ଲାପ ବୋଝେଇ ହାଇୱା କୁତ୍ରାରୁ କନ୍ଦେଇମୁଣ୍ଡାଠାରେ ଥିବା ଏକ ସିମେଣ୍ଟ କାରଖାନାକୁ ଯାଉଥିଲା। ଉକ୍ତ ହାଇୱା କୁତ୍ରାରୁ ଠିକ୍‌ ସାଇଡରେ ନ ଯାଇ ଭୁଲ ସାଇଡରେ ଦ୍ରୁତଗତିରେ ଯାଉଥିଲା। ଫଳରେ ସୁନ୍ଦରଗଡରୁ ରାଉରକେଲା ପଟକୁ ଯାଉଥିବା ଏକ ଟ୍ରକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡିର ଡ୍ରାଇଭର ଓ କ୍ଲିନର ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ। ଅଗ୍ନିଶମ କର୍ମଚାରୀ, ପୋଲିସ ପହଞ୍ଚି ଜେସିବି ମେଶିନ ସାହାର୍ଯ୍ୟରେ ଦୁଇ ଘଣ୍ଟା ପ୍ରୟାସ ପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନାକୁ ପଠାଇଥିଲେ।