Categories: ଜାତୀୟ

‘ହାଉଡ଼ି ମୋଦି’ ପରି ଫେବୃୟାରୀ ୨୫ରେ ଅହମ୍ମଦାବାଦ୍‌ରେ ‘କେମ୍‌ ଛୋ ଟ୍ରମ୍ପ୍‌’: ୬୦ ହଜାର ଲୋକ ଦେବେ ଯୋଗ

ଗାନ୍ଧିନଗର,୨୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଆସନ୍ତା ଫେବୃୟାରୀରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଗୁଜରାଟ ଅହମ୍ମଦାବାଦ୍‌ରେ ଫେବୃୟାରୀ ୨୫ରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯିବ। ଏହି ସଭାରେ ୫୦-୬୦ ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ୍‌ଙ୍କ ହାତ ଧରି ‘କେମ୍‌ ଛୋ ଟ୍ରମ୍ପ୍‌’ ବୋଲି କହିବେ। ଏନେଇ ପ୍ରସ୍ତୁତି ଜୋର୍‌ସୋର୍‌ ମଧ୍ୟ ଆରମ୍ଭ ହୋଇଛି।

Share