‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ସୁୁପରହିଟ୍‌ ମଲ୍‌ଟିଷ୍ଟାର୍‌ କମେଡ଼ି ସିରିଜ୍‌ ‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ହାଉସ୍‌ଫୁଲ୍‌ ସିରିଜ୍‌ର ପ୍ରତ୍ୟେକ ଫିଲ୍ମ ବଲିଉଡ୍‌ରେ ସୁପରହିଟ୍‌ ରହିଥିବାବେଳେ ଚତୁର୍ଥ ସିରିଜ୍‌ ମଧ୍ୟ ଦର୍ଶକଙ୍କୁ ଭରପୂର୍‌ ମନୋରଞ୍ଜନର ଖୋରାକ୍‌ ଯୋଗାଇବ ବୋଲି ଆଶା କରାଯାଉଛି। ପ୍ରଥମେ ଅକ୍ଷୟ କୁମାର ନିଜର ଏହି ଅପ୍‌କମିଂ ଫିଲ୍ମର ମଜାଦାର ଟ୍ରେଲର୍‌ ନିଜ ଟୁଇଟର ହେଣ୍ଡାଲରେ ଶେୟାର କରିଥିଲେ। ଏହା ପରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଥିଲା। ‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ଦେଖିଲେ ଦର୍ଶକ ଏକଦମ୍‌ କନ୍‌ଫ୍ୟୁଜ୍‌ ହୋଇଯିବେ। ସମାନ କଳାକାରଙ୍କୁ ନେଇ ଦୁଇଟି ପିଢିକୁ ଫିଲ୍ମରେ ଦେଖିବାକୁ ମିିଳିବ। ପୁନର୍ଜନ୍ମର କାହାଣୀକୁ ନେଇ ପ୍ରସ୍ତୁତ ଏହି କମେଡି ସିରିଜ୍‌ର ଟ୍ରେଲର୍‌ ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରାଇଦେବା ଭଳି ହୋଇଛି। ଟ୍ରେଲର୍‌ରୁ ଜଣାପଡ଼ୁଛି ଫିଲ୍ମରେ ଉଚ୍ଚକୋଟୀର ଭିଏଫ୍‌ଏକ୍ସ ବ୍ୟବହାର କରାଯାଇଛି, ଯାହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ମଧ୍ୟ ଆସିଛି। ସେହିପରି ସିନେମାଟୋଗ୍ରାଫି ମଧ୍ୟ ଉଚ୍ଚକୋଟୀର ହୋଇଛି ବୋଲି ସୋସିଆଲ ମିଡିଆରେ ମତ ଆସୁଛି। ୩ ମିନିଟ୍‌ ୩୬ ସେକେଣ୍ଡର ଏହି ଟ୍ରେଲର୍‌ର ପ୍ରତିଟି ଦୃଶ୍ୟ ହସରେ ଲୋଟ୍‌ପୋଟ୍‌ କରିଦେବ। ଏଥିରୁ ଗୋଟିଏ କଥା ହିଁ କୁହାଯାଇପାରିବ ‘ୟେ ତୋ ଟ୍ରେଲର୍‌ ହେ, ପିକ୍‌ଚର ଅଭି ବାକି ହେ ଦୋସ୍ତ’। ‘ହାଉସ୍‌ଫୁଲ୍‌-୪’ରେ ସୁପରଷ୍ଚାର ଅକ୍ଷୟ କୁମାରଙ୍କ ସହ ରିତେଶ୍‌ ଦେଶମୁଖ୍‌, ବବି ଦେଓଲ, କ୍ରିତି ସାନନ୍‌, ପୂଜା ହେଗଡ଼େ ଏବଂ କ୍ରିତି ଖରବନ୍ଦା ପ୍ରମୁଖ ଅଭିନୟ
କରିଛନ୍ତି।

Share