ହାଉସ୍‌ଫୁଲ୍‌-୪

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨୫ରେ ରିଲିଜ ହେବ ହିନ୍ଦୀ କମେଡି ଫିଲ୍ମ ‘ହାଉସ୍‌ଫୁଲ୍‌ ୪’। ‘ହାଉସଫୁଲ୍‌’ ସିରିଜର ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାଗ ପରେ କିଛି ନୂଆ ଓ ଭିନ୍ନ କନ୍‌ସେପ୍ଟ ନେଇ ପରଦାକୁ ଆସୁଛି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଦୀପାବଳି ପୂର୍ବରୁ ଫିଲ୍ମ ମୁକ୍ତିଲାଭ କରିବ। ସାଜିଦ ଖାନ୍‌ଙ୍କ ନିର୍ଦ୍ଦେଶିତ ହାଉସଫୁଲ୍‌ ୪ରେ ପୁଣିଥରେ ଅକ୍ଷୟ କୁମାର ଦମ୍‌ଦାର କମେଡି ନେଇ ଲୋକଙ୍କ ନିକଟକୁ ଆସିବେ। ଏହାଛଡା ରିତେଶ ଦେଶମୁଖ, ବବି ଦେଓଲଙ୍କ ସହ ଫିମେଲ୍‌ ଲିଡ୍‌ରେ କ୍ରିତି ସାନନ, ପୂଜା ହେଗ୍‌ଡେ ଏବଂ କ୍ରିତି ଖର୍‌ବନ୍ଦାଙ୍କୁ ଦେଖିବାକୁ ମିଳିବ।

Share