Categories: ଜାତୀୟ

‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ବଡ଼ ଘୋଷଣା କରିପାରନ୍ତି ଟ୍ରମ୍ପ

ନୂଆଦିଲ୍ଲୀ,୧୯।୯: ଆସନ୍ତା ୨୨ରେ ଆମେରିକାର ହ୍ୟୁଷ୍ଟନଠାରେ ପାଖାପାଖି ୫୦ ହଜାର ଭାରତୀୟଙ୍କୁ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୋଗ ଦେବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା ସହ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ଟ୍ରମ୍ପ କହିଛନ୍ତି ମୋଦିଙ୍କ ସହ ତାଙ୍କର ଖୁବ୍‌ ଭଲ ସମ୍ପର୍କ ରହିଛି। ତେଣୁ ହାଓଡି ମୋଦି କାର୍ଯ୍ୟକ୍ରମରେ ସେ ହୁଏତ କିଛି ବଡ ଘୋଷଣା କରିପାରନ୍ତି।

Share