ହାଓଡି ମୋଦି ପାଇଁ ପ୍ରସ୍ତୁତ ହ୍ୟୁଷ୍ଟନ

ଓ୍ବାଶିଂଟନ,୨୧।୯: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆମେରିକାର ହ୍ୟୁଷ୍ଟନଠାରେ ପ୍ରାୟ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେଠାରେ ସମସ୍ତ ପ୍ରକାର ଆୟୋଜନ ସରିଲାଣି। ୩ ଘଣ୍ଟା ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨ ଦେଶ ମଧ୍ୟରେ ବନ୍ଧୁତ୍ୱ ଆହୁରି ସୁଦୃଢ ହେବ ବୋଲି କୁହାଯାଉଛି। ଶନିବାର ଜର୍ମାନୀରେ କିଛି ସମୟ ଅଟକିବା ପରେ ମୋଦି ହ୍ୟୁଷ୍ଟନ ଅଭିମୁଖେ ଯାତ୍ରା କରିଛନ୍ତି। ଏହା ପୂର୍ବରୁ ସେଠାରେ ମୋଦିଙ୍କ ଉଦ୍ଦେଶ୍ୟରେ ଏକ କାର୍‌ ରାଲି ବାହାରିଥିବା ଜଣାପଡିଛି।

Share