‘ହାଓଡି ମୋଦି’ ଫ୍ଲପ୍‌ ଶୋ’: ପାକିସ୍ତାନ

ଇସ୍‌ଲାମାବାଦ,୨୩।୯: ଆମେରିକାର ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପ୍ରାୟ ୫୦ ହଜାର ଭାରତୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମଗ୍ର ବିଶ୍ୱ ଏକ ଐତିହାସିକ କାର୍ଯ୍ୟକ୍ରମ କହୁଥିବା ବେଳେ ପାକିସ୍ତାନ କିନ୍ତୁ ଏହାକୁ ହଜମ କରିପାରିନାହିଁ। ଭାରତ ବିରୋଧରେ ସବୁବେଳେ କିଛି ନା କିଛି ମନ୍ତବ୍ୟ ଦେଉଥିବା ପାକସ୍ତାନ ମନ୍ତ୍ରୀ ଫୟାଦ ଚୌଧୁରୀ ଏଥର ବି ସେମିତି କିଛି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ‘ହାଓଡି ମୋଦି’ କାର୍ଯ୍ୟକ୍ରମ ହେଉଛି ଏକ ଫ୍ଲପ୍‌ ଶୋ’। ଟୁଇଟ୍‌ କରି ଫୟାଦ୍‌ ଭାରତ ବିରୋଧରେ ଏହି ବୟାନ ଦେଇ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ସୂଚନାଯୋଗ୍ୟ, ଏହା ଫୟାଦଙ୍କ ପ୍ରଥମ ଭାରତ ବିରୋଧୀ ବୟାନ ନୁହେଁ। ଏହା ପୂର୍ବରୁ ଚନ୍ଦ୍ରଯାନ-୨କୁ ନେଇ ବିଶ୍ୱ ଯେତେବେଳେ ଭାରତର ପ୍ରଶଂସା କରୁଥିଲା ସେତେବେଳେ ମଧ୍ୟ ଫୟାଦ ଏକ ବିବାଦୀୟ ବୟାନ ଦେଇ କହିଥିଲେ। ଯେଉଁ କାମ ଜଣା ନାହିଁ ସେଥିରେ ଭାରତ ହାତ ଲଗାଇବା ଅନୁଚିତ୍‌।

Share