ହାଓ୍ବାଇରେ ବିମାନ ଦୁର୍ଘଟଣା: ୯ ମୃତ

ହୋନୋଲୁଲୁ,୨୨।୬: ହାଓ୍ବାଇରେ ଏକ ଦୁଇ ଇଞ୍ଜିନ ବିଶିଷ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କିଙ୍ଗ୍‌ ଏୟାର ବିମାନଟି ଧିଲିଘାଂମ୍‌ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ମଝି ଆକାଶରେ ସମ୍ପୂର୍ଣ୍ଣ ଜଳି ଯାଇଥିବା କୁହାଯାଉଛି। ଏହାର ଭଗ୍ନାବଶେଷ ବିମାନ ବନ୍ଦର ନିକଟରେ ଖସିପଡ଼ିଛି। ବିମାନଟି କାହିଁକି ଦୁର୍ଘଟଣା ଗ୍ରସ୍ତ ହେଲା ଏହାର ତଦନ୍ତ ଜାରି ରହିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Share