ବାହାଘର ଭୋଜିରେ ତହସିଲଦାରଙ୍କ ଚଢ଼ାଉ: ଅଧିକ ଲୋକଙ୍କୁ ନ ଡାକିବାକୁ ଦେଲେ ନିର୍ଦ୍ଦେଶ

ରାୟଗଡ଼ା ଅଫିସ,୧୯।୩: କରୋନା ମୁକାବିଲା ପାଇଁ ସବୁସ୍ତରରୁ ଉଦ୍ୟମ ଚାଲିଛି। ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭକରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଏହାକୁ ଏଡ଼ାଇବା ପାଇଁ ଅଧିକାଂଶ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ରାୟଗଡ଼ା ଜିଲା ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ ନିଜେ ଏହି ନିୟମକୁ ମାନି ନାହାନ୍ତି। ସବ୍‌ଡିଭିଜନାଲ ସୋସିଆଲ ସିକ୍ୟୁରିଟି ଅଫିସର ବି.ଏସ୍‌.ଏନ୍‌ ମୂର୍ତ୍ତି ଗୁରୁବାର ଗୌତମନଗର ପ୍ରଥମ ଲେନ୍‌ରେ ପୁଅ ରଞ୍ଜିତଙ୍କ ବିବାହ ଭୋଜିର ଆୟୋଜନ କରିଥିଲେ। ତେବେ ପ୍ରାୟ ୧ ହଜାର ଲୋକଙ୍କ ପାଇଁ ଏହି ଭୋଜିର ଆୟୋଜନ ହୋଇଥିଲା। ଖବର ପାଇ ରାୟଗଡ଼ା ତହସିଲଦାର, ଅତିରିକ୍ତ ତହସିଲଦାର ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ସଚେତନ କରାଇଥିଲେ। ଏକା ସାଙ୍ଗରେ ଏତେ ଲୋକଙ୍କୁ ଭୋଜିରେ ନ ଡାକିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Share