Advertisement

ହାଟଡ଼ିହୀ ବ୍ଲକ: ଏ-୧ ଗ୍ରେଡ୍‌ରେ ପାସ୍‌ କଲେ ୬ ପରୀକ୍ଷାର୍ଥୀ

ହାଟଡ଼ିହୀ,୨୨।୫(ଡି.ଏନ୍‌.ଏ.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ୬ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ବଡ଼ରମ୍ପାସ ହାଇସ୍କୁଲର ବିଶ୍ୱଜିତ୍‌ ସ୍ବାଇଁ ସବୁଠାରୁ ଅଧିକ ୫୫୯ ନମ୍ବର ରଖିଛନ୍ତି। ସେହିପରି କଳିଙ୍ଗା ହାଇସ୍କୁଲର ଅମ୍ରିତା ବେହେରା ୫୪୩, ଡଅଁର ହାଇସ୍କୁଲର ସୁଶ୍ରୀ ଇମାନୀ ଦେଓ ୫୪୦, ଢେଙ୍କା ହାଇସ୍କୁଲର ଅଭିଷେକ ଗୁପ୍ତା ୫୪୦, ହାଟଡିହୀ ହାଇସ୍କୁଲର ସ୍ମୃତିରେଖା ଶାସିନୀ ୫୪୦, ସେସୋ ହାଇସ୍କୁଲର ତାରିଣୀ ତପସ୍ୟା ପଢ଼ିଆରୀ ୫୪୦ ନମ୍ବର ରଖି ଏ-୧ ଗ୍ରେଡ୍‌ ପାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share