ଆନନ୍ଦପୁର ନିର୍ବାଚନମଣ୍ଡଳୀ ବିଜେଡି ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ

ହାଟଡ଼ିହୀ,୧୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟଠାରେ ହାଟଡିହୀ ବ୍ଲକ ବିଜେଡି ତରଫରୁ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମତିଥି ଉପଲକ୍ଷେ ଆୟୋଜିତ ଏହି ଶିବିରକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନକରି ରକ୍ତ ଦାନର ମହତ୍ୱ ସମ୍ପର୍କରେ କହିଥିଲେ। ଏଥିରେ ବ୍ଲକ ବିଜେଡିର ଯୁବ, ଛାତ୍ର ଓ ସବୁ ବର୍ଗର ନେତା, କର୍ମୀମାନେ ଯୋଗଦେଇ ରକ୍ତ ଦାନ କରିବା ସହିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଧାୟକ ଭାଗିରଥି ସେଠୀଙ୍କ ସମେତ ବରିଷ୍ଠ ବିଜେଡି ନେତା ବୁଦ୍ଧଦେବ ଜେନା, କେନ୍ଦୁଝର ଜିଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ହାଟଡିହୀ ସରପଞ୍ଚ ଅନୁସୁୟା ସେଠୀ, ବିଜେଡି ନେତା ରବୀନ୍ଦ୍ର ନାୟକ, ମୁନା ମହାନ୍ତି, ବିଶ୍ୱନାଥ ନାୟକ, ଆନନ୍ଦପୁର ଏମ୍‌ପି ପ୍ରତିନିଧି ଶାନ୍ତନୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।