Advertisement

ହାଟଡ଼ିହୀ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଲେ କ୍ଷୀରୋଦ କୁମାର

ହାଟଡିହୀ,୨।୮(ଡି.ଏନ୍‌.ଏ/ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଶିକ୍ଷାଧିକାରୀ ଭାବେ କ୍ଷୀରୋଦ କୁମାର ତ୍ରିପାଠୀ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ଆନନ୍ଦପୁରରେ ଏବିଇଓ ରୂପେ କାର୍ଯ୍ୟ କରୁଥିଲେ। ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ବିଆରସିସି ବିନୋଦ ରାଉତ, ଏବିଇଓ ସୁରେଶ ଜେନା, ସମସ୍ତ ସିଆର୍‌ସିସିଙ୍କ ସମେତ ବିଇଓ ଅଫିସ୍‌ର କର୍ମଚାରୀମାନେ ସ୍ବାଗତ କରିଥିଲେ ା ହାଟଡିହୀ ବ୍ଲକର ଶିକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ ଉପରେ ନଜର ଦିଆଯିବ ବୋଲି ନୂତନ ବିଇଓ କହିଥିଲେ ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share