ହାଟଡିହୀରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗ୍ରାମ ସିଲ୍‌ କଲା ପ୍ରଶାସନ

ହାଟଡିହୀ,୩ା୫(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରବିବାର ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ପ୍ରଶାସନ ପକ୍ଷରୁ ଗ୍ରାମକୁ ସିଲ୍‌ କରାଯାଇଛି। ଏଠାରୁ ଚିହ୍ନଟ ହୋଇଥିବା ୩୦ ବର୍ଷୀୟ ଯୁବକ ଜଣକ କୋଲକାତାରୁ ଫେରି ହୋମ୍‌ କାରାଣ୍ଟାଇନ୍‌ରେ ଥିଲେ। କୋଲକାତା ଫେରନ୍ତାକୁ ନେଇ ଆକ୍ରାନ୍ତ ସଂଖ୍ୟା ବଢ଼ିବାରୁ ହାଟଡିହୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କୋଲକାତା ଫେରନ୍ତାଙ୍କୁ ଚି଼ହ୍ନଟ କରାଯାଇଥିଲା। ପରେ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।