ହାଟଡିହୀରେ ସ୍ବାଧୀନତା ଦିବସ

ହାଟଡିହୀ,୧୫ା୮(ସ୍ବ.ପ୍ର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ସ୍ଥାନରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଗାୟତ୍ରୀ ସୋରେନ, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ଜିଲା ପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ସାମାଜିକ କର୍ମୀ କାମପାଳ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବାଧୀନତା ଦିବସ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ବିଡିଓ ସୁଶାନ୍ତ କୁମାର ବାରିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ବରିଷ୍ଠ ବିଜେଡି ନେତା ବୁଦ୍ଧଦେବ ଜେନା, ଯୋଗେନ୍ଦ୍ର ବେହେରା, ଆପୋଲ ନାୟକ, ଭୀମସେନ ପେରେଇ, କହ୍ନେଇ ଓଝା, କୈଳାଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପରେ ବିଧାୟକ ୬୫ ଜଣ ଭୂମିହୀନ ପରିବାରକୁ ଜମିପଟ୍ଟା ବଣ୍ଟନ ସହ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ନୂତନ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବ୍ଲକ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ହାଟଡିହୀ ବିକାଶ ମଞ୍ଚ ପକ୍ଷରୁ ନବ ନିର୍ମିତ କୋର୍ଟ ପରିସରରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ନିତ୍ୟାନନ୍ଦ ପହିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ୮ ଜଣ ବରିଷ୍ଠ ପ୍ରତିଭାଙ୍କୁ ମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରଯାଇଥିଲା। ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିରଠାରେ ପରିଚାଳନା ପରିଷଦ ସଭାପତି ତୁଳସୀ ଗୋଲାମ ଦେବତା ଜାତୀୟ ପତାକା ଉତ୍ତୋଳନ କରିିଥିଲେ। ଚଣ୍ଡିବିରଞ୍ଚିପୁର ସେଣ୍ଟ ଜାଭିୟର ହାଇସ୍କୁଲରେ ଆୟୋଜିତ ସ୍ବାଧୀନତା ଦିବସ ସମାରୋହକୁ ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ଉଦୟ ନାଥ କର ଉଦ୍‌ଘାଟନ କରିଥିଲେ। ଏଥିରେ ନରେନ୍ଦ୍ରନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ନରେନ୍ଦ୍ର ନାଥ କର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସେହିପରି ହାଟଡିହୀ ପଞ୍ଚାୟତ କାର୍ଯ୍ୟାଳୟଠାରେ ସରପଞ୍ଚ ଅନସୁୟା ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲ।

Share