ହାଟଡିହୀ ପଞ୍ଚାୟତର ବିଜେଡି ସଭାପତି ଭାବେ କାମପାଳ ନାୟକ ନିର୍ବାଚିତ

ହାଟଡିହୀ,୧୨।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀ ପଞ୍ଚାୟତର ବିଜେଡି ସଭାପତି ଭାବେ ବରିଷ୍ଠ କର୍ମୀ କାମପାଳ ନାୟକ ନିର୍ବାଚିତ ହୋଇଛନ୍ତି । ରବିବାର ବଞ୍ଚୋ ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ଏକ ବୈଠକରେ ବିଧାୟକ ଭାଗୀରଥି ସେଠୀ ଉପସ୍ଥିତ ରହି କାମପାଳଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । କିପରି ସରକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଯିବ। ଆଗାମୀ ଦିନରେ ଦଳକୁ ସୁଦୃଢ଼ ଏବଂ ଜନହିତକର କାର୍ଯ୍ୟକୁ କିପରି ତ୍ୱରାନ୍ବିତ କରାଯିବ ସେ ଦିଗରେ ପ୍ରଥମେ ଲକ୍ଷ୍ୟ ଦେବେ ବୋଲି କାମପାଳ କହିଛନ୍ତି।