ହାଟରେ ମାସ୍କ ବାଣ୍ଟି ସଚେତନତା

ଖୋର୍ଦ୍ଧା ଅଫିସ,୧୧ା୪: ମେଳଣ ପଡ଼ିିଆ ପରିବା ହାଟରେ ଶୁକ୍ରବାର ଗୁରୁଜଙ୍ଗ ଗ୍ରାମ୍ୟ କମିଟି ପକ୍ଷରୁ ମାସ୍କ, ଡେଟଲ, ସାନିଟାଇଜର ଆଦି ବଣ୍ଟାଯିବା ସହ କରୋନା ଭୂତାଣୁ ସମ୍ପର୍କରେ ସଚେତନ କରାଯାଇଛି। ୫୦ରୁୁ ଊର୍ଦ୍ଧ୍ୱ ଲୋକଙ୍କୁ ମାସ୍କ, ସାବୁନ, ଡେଟଲ, ସାନିଟାଇଜର ବଣ୍ଟାଯାଇଛି। ମାସ୍କ ପିନ୍ଧି ଘରୁ ବାହାରିବା ସହ ହାତକୁ ବାରମ୍ବାର ସାବୁନରେ ଧୋଇବାକୁ ପରାମର୍ଶ ଦିଆଯାଇଛି। ବଜାରରେ ଜିନିଷପତ୍ର ଓ ପରିବା କିଣିବା ବେଳେ ସାମାଜିତ ଦୂରତା ରକ୍ଷା କରିବାକୁ ସଚେତନ କରାଯାଇଛି। ପର୍ଯ୍ୟାୟ କ୍ରମେ ଏହି ଅଭିଯାନ ଜାରି ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ସଞ୍ଜୟ ସିଂ, ସମ୍ପାଦକ ଜିତେନ୍ଦ୍ର ସାହୁ, ପ୍ରଫୁଲ୍ଲ ବଳିୟାର ସିଂ, ପଦ୍ମଚରଣ ସାହୁ, ବିଷ୍ଣୁ ମହାପାତ୍ର, ମଳୟ ପ୍ରଧାନ, ସଞ୍ଜୟ ସୁନ୍ଦରାୟ, ପ୍ଳାବନ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ। ସେହିପରି କରୋନା ଭୂତାଣୁ ସଂକ୍ରମଣକୁ ଭୟ ନ କରି ପୌର କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ଲାଗିଛନ୍ତି। ସେମାନେ ଘର ଘର ବୁଲି ଜନତାଙ୍କୁ ସଚେତନ କରିବା ସହ ସାମାଜିକ ଦୂରତା ରକ୍ଷା, ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଓ ପରିବେଶ ସ୍ବଚ୍ଛ ରଖିବା ପାଇଁ ବୁଝାଉଛନ୍ତି।

Share