ପନିର ଖାଇଲେ ଶରୀରରେ ଚର୍ବି ଅଂଶ ବୃଦ୍ଧି ପାଇଥାଏ ବୋଲି ଅଧିକାଂଶ ଲୋକଙ୍କ ମନରେ ଧାରଣା ଅଛି। ହେଲେ କଞ୍ଚା ପନିର ଶରୀର ପାଇଁ ଖୁବ୍ ଉପକାରୀ ବୋଲି ଗବେଷକମାନେ କହିଛନ୍ତି। ବିଶେଷ କରି ସକାଳ ଜଳଖିଆରେ ଖଣ୍ଡେ କଞ୍ଚା ପନିର ସାମିଲ କଲେ ଏଥିରୁ ଅନେକ ଲାଭ ମିଳିଥାଏ।
– କଞ୍ଚା ପନିରରେ କ୍ୟାଲସିୟମ ଓ ପ୍ରୋଟିନ ବ୍ୟତୀତ ଲିନୋଲାଇକ ଏସିଡ ଥାଏ। ଯାହା ଶରୀରର ଓଜନ କମ୍ କରିବାରେ ସହାୟକ ହୋଇଥାଏ।
– କ୍ୟାଲସିୟମ ଓ ଫସଫରସ ଥିବାରୁ କଞ୍ଚା ପନିର ହାଡ଼ ମଜଭୁତ କରିବାରେ ସାହାଯ୍ୟ କରିଥାଏ।
– ଫାଇବରରେ ଭରପୁର କଞ୍ଚା ପନିର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
-ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ। ତେଣୁ ସୁଷମ ଖାଦ୍ୟ ତାଲିକାରେ ଖଣ୍ଡେ କଞ୍ଚାପନିର ସାମିଲ କରିବାକୁ କୁହାଯାଏ।