ହାଡ଼ ମଜଭୁତ କରେ ଛତୁ

ମଶରୁମ୍‌ ବା ଛତୁ କେବଳ ଖାଇବା ପାଇଁ ସ୍ବାଦିଷ୍ଟ ତାହା ନୁହେଁ ଏହାର ଅନେକ ଗୁଣ ରହିଛି ଯାହା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ। ଆୟୁର୍ବେଦରେ ମଶରୁମ୍‌କୁ ଔଷଧ ଭାବରେ ବ୍ୟବହାର କରାଯାଏ। ଆସନ୍ତୁ ଜାଣିବା ପୋଷକ ତତ୍ତ୍ୱରେ ଭରପୂର ମଶରୁମ୍‌କୁ ଖାଇଲେ କେଉଁ ପ୍ରକାର ଉପକାର ମିଳିଥାଏ। ମଶରୁମ୍‌ ଖାଇବା ଦ୍ୱାରା ଶରୀରକୁ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡ଼ାଣ୍ଟ ମିଳିଥାଏ। ମଶରୁମ୍‌ ବୟସ ବୃଦ୍ଧି ହେବା ଲକ୍ଷଣକୁ କମ୍‌ କରିଥାଏ ଓ ସ୍କିନ୍‌କୁ ମଧ୍ୟ ଆବଶ୍ୟକ ପୋଷକ ଦେଇଥାଏ। ମଶରୁମ୍‌କୁ ନିୟମିତ ଖାଦ୍ୟରେ ସାମିଲ କରନ୍ତୁ କାରଣ ଏହା ରୋଗ ପ୍ରତିରୋଧକ କ୍ଷମତାର ବିକାଶ କରାଇଥାଏ। ଏହାଦ୍ୱାରା ଥଣ୍ଡା, କାଶ ପରି ସମସ୍ୟା ଜଲଦି ହୁଏ ନାହିଁ। ମଶରୁମ୍‌ରେ ଭିଟାମିନ ଡି ପର୍ଯ୍ୟାପ୍ତ ମାତ୍ରାରେ ଥାଏ ଯାହାଦ୍ୱାରା ଶରୀରର ହାଡ଼ ମଜଭୂତ ହୋଇଥାଏ ଓ ୨୦ ପ୍ରତିଶତ ଭିଟାମିନ୍‌ର ଆବଶ୍ୟକତାକୁ ପୂରା କରିଥାଏ। ମଶରୁମ୍‌ରେ ଥିବା ବିଟା ଗ୍ଲୁକେନ୍‌, କୋଲେଷ୍ଟ୍ରୋଲ୍‌ କମ୍‌ କରିଥାଏ ଓ ଏହା ସହିତ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ। ଟାଇପ୍‌-୨ ଡାଇବେଟିସ୍‌ର ବିପଦରୁ ମଧ୍ୟ ରକ୍ଷା କରିଥାଏ।

Share