Categories: ଗଞ୍ଜାମ

ହାଣ୍ଡି ମାଠିଆ ଧରି ରାସ୍ତାରେ ବସିଲେ ମହିଳା

ପୁରୁଷୋତ୍ତମପୁର,୧୫।୭(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ବ୍ଲକ ବଡ ବରଗାଁରେ ଦୀର୍ଘଦିନ ହେଲା ପାନୀୟ ଜଳର ସଙ୍କଟ ଦେଖାଦେଇଛି। ଲୋକେ ପୋଖରୀ ପାଣିପିଇ ରୋଗାକ୍ରାନ୍ତ ହେଉଛନ୍ତି। ସମସ୍ୟା ସମାଧାନ ପାଇଁ ବ୍ଲକ ପ୍ରଶାସନ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କଠାରେ ଦାବି କରି ଆସୁଥିଲେ କୌଣସି ସୁଫଳ ମିଳୁନାହିଁ। ତେଣୁ ସେମାବାର ଗ୍ରାମବାସୀ ଆଛୁଲି ଛକରୁ କୋଦଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ମହିଳା ମାନେ ହାଣ୍ଡି, ମାଠିଆ ଧରି ରାସ୍ତା ଉପରେ ବସିରହିଥିଲେ। ଫଳରେ ସକାଳ ୮ ଟାରୁ ୧୧ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଯାନବାହନ ଅଟକି ରହିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲେ। ସ୍ଥାନୀୟ ପୋଲିସ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଲୋକେ ରାସ୍ତାରୁ ହଟିନଥିଲେ। ପରେ ବିଡିଓ ସତ୍ୟସୁନ୍ଦର ରାଉତ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଏସ୍‌ ଶ୍ରୀନିବାସ ରାଓ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଉତ୍ତ୍ୟକ୍ତ ମହିଳାମାନେ ଘେରିଯାଇ ଜଳ ଯୋଗାଇଦେବା ଲାଗି ଦାବି କରିଥିଲେ। ବିଡିଓ ଗ୍ରାମବାସୀଙ୍କୁ ୪ରୁ ୫ ମାସ ମଧ୍ୟରେ ଜଳ ଯୋଗାଣ ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା। ବଡ ବରଗାଁ ଓ ବେଲୁଆଗଁ।ରେ ଲୋକଙ୍କ ପାଇଁ ଦୈନିକ ୪ ଲକ୍ଷ ଲିଟର ପାଣିର ଆବଶ୍ୟକତା ରହିଛି। ସରକାରଙ୍କ ପକ୍ଷରୁ ୧୮ ଲକ୍ଷ ଟଙ୍କା ବ୍ୟୟରେ ୫ବର୍ଷ ତଳେ ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ସମ୍ପୂର୍ଣ୍ଣ ହୋଇ ନାହିଁ। ଗଁ।ନଳକୂପରୁ ଖାରି ପାଣି ବାହାରୁଥିବାରୁ ତାହା ପିଇବା ପାଇଁ ଅନୁପଯୁକ୍ତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଠିକାଦାର ପାଣିଟାଙ୍କି ନିର୍ମାଣ କରୁଥିବା ବେଳେ ତାଙ୍କର ବହୁତ ଜିନିଷ ଚୋରି ହୋଇଯାଇଥିବାରୁ ସେ କାମ ଅଧାରୁ ବନ୍ଦ କରି ଚାଲିଯାଇଥିଲେ ବୋଲି କହିଛନ୍ତି। ତେଣୁ ଦୀର୍ଘ ଦିନ ହେଲା ଅଧା ପନ୍ତରିଆ ହୋଇ ପଡିରହିଛି। ଗଁ।ରେ ଖାରି ପାଣି ବାହାରୁଥିବାରୁ ବୋର ଖୋଳା କାମକୁ ବନ୍ଦ କରି ଦିଆଯାଇଛି। ନିକଟସ୍ଥ ଗ୍ରାମରେ ଜାଗା ଚିହ୍ନଟ କରି ବୋର୍‌ ଖୋଳି ଶୀଘ୍ର ପାନୀୟ ଜଳ ଯୋଗାଣର ବ୍ୟବସ୍ଥାର କରାଯିବ ବୋଲି କହିଛନ୍ତି।