ହାତକୁ ଦୁଇହାତ ହେଲେ କାମ୍ୟା

ବମ୍ବେ: ବିବାହ ବନ୍ଧନରେ ଟେଲିଜଗତର ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ପ୍ରେମିକ ସଲଭ ଦାଙ୍ଗଙ୍କୁ ସେ ପଞ୍ଜାବୀ ରୀତିନୀତିରେ ବିବାହ କରିଛନ୍ତି। ଏହା କାମ୍ୟାଙ୍କ ଦ୍ୱିତୀୟ ବିବାହ। ଆଗରୁ ତାଙ୍କର ଗୋଟିଏ ଝିଅ ରହିଛି। ଅନ୍ୟପଟେ ପୁଣି ଜୀବନରେ ଖୁସି ଫେରି ପାଇଥିବା ଯୋଗୁ କାମ୍ୟାଙ୍କୁ ପ୍ରଶଂସକଙ୍କ ଶୁଭେଚ୍ଛା ଛୁଟୁଥିବା ବେଳେ ଅପରପକ୍ଷେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି।

ସୋମବାର ସଲଭଙ୍କୁ ବିବାହ କରିବା ପରେ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କାମ୍ୟା ନିଜର ହଳଦୀ, ନିର୍ବନ୍ଧ ଏବଂ ବିବାହ ସମୟର ଫଟୋ ଶେୟାର କରିବା ପରେ ଟ୍ରୋଲ ହୋଇଛନ୍ତି। ପୂର୍ବରୁ ଝିଅ ଥିବା ବେଳେ କାହିଁକି ସେ ବିବାହ କରୁଛନ୍ତି ବୋଲି ଜଣେ ଟ୍ରୋଲର ପ୍ରଶ୍ନ କରିଥିଲେ। ଏହାର ଜବାବ ଦେଇଛନ୍ତି କାମ୍ୟାଙ୍କ ଘନିଷ୍ଠ ବନ୍ଧୁ କବିତା କୌଶିକ।

କବିତା କହିଛନ୍ତି, ଯଦି ଆପଣ ବିବାହିତ, ତେବେ ଆପଣଙ୍କ ପାଖରେ ଜଣେ ସାଥୀ, ବନ୍ଧୁ ଅଛି। କେବଳ ସନ୍ତାନ ଜନ୍ମ କରିବା ଜୀବନ ନୁହେଁ, ଏହା ବ୍ୟତୀତ ଗୋଟିଏ ଦୁନିଆ ରହିଛି। ଏଣୁ ଅନ୍ୟର ଜୀବନରେ ଭୁଲକୁ ଖୋଜନ୍ତୁ ନାହିଁ। ଯାହାକୁ ଖୁସି ମିଳେ। ଏହା ଏକ ଖୁସିର ସମୟ। ଏଣୁ ପ୍ରଶ୍ନ ପଚାରିବା ଅପେକ୍ଷା ଅନ୍ୟମାନଙ୍କ ପାଇଁ ଖୁସି ହୁଅନ୍ତୁ।

Share