ହାତବାନ୍ଧି ବସିଛନ୍ତି ଛେନାପୋଡ଼ କାରିଗର: ଜଳୁନି ଭାଟି, ବିକ୍ରି ହେଉନି କ୍ଷୀର

ନୟାଗଡ଼ ଅଫିସ,୨୭ା୪: କରୋନା କଟକଣା ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼କୁ ଜିଲା ବାହାରକୁ ପଠାଇବା ବାଟ ବନ୍ଦ କରିଦେଇଛି। ଏପରି କି ଜିଲା ଭିତରେ ବି ଏହା ବିକ୍ରି କରାଯାଇ ପାରୁନି। ଫଳରେ କାରିଗରମାନେ ହାତବାନ୍ଧି ବସିଛନ୍ତି। ଛେନାପୋଡ଼ ବାହାରକୁ ଯାଉ ନ ଥିବାରୁ ଭାଟି ବନ୍ଦ ହୋଇଯାଇଛି। ପ୍ରସ୍ତୁତି ବନ୍ଦ କାରଣରୁ କାରିଗରମାନେ କ୍ଷୀର କିଣିବା ବନ୍ଦ କରି ଦେଇଛନ୍ତି। ଫଳରେ ଅର୍ଥାଭାବରୁ ଗୋପାଳକମାନେ ଦାନା କିଣିପାରୁ ନାହାନ୍ତି। କ୍ଷୀର ବିକ୍ରି ବନ୍ଦ ହୋଇଯିବା ପରେ ଛେନାପୋଡର ଅଭାବୀ ବିକ୍ରି ଆରମ୍ଭ ହୋଇଯାଇଛି। କିଛି ଗୋପାଳକ ବଳକା କ୍ଷୀରକୁ ଛେନାପୋଡ କରି ବାହାରେ ସ୍ବଳ୍ପ ଦାମ୍‌ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ନୟାଗଡ଼ ବ୍ଲକର ମାଛିପଡାରେ ୧୦୦, ଓଡଗଁ। ବ୍ଲକର ସୋଲପଟାରେ ୯୦, ଦରପଦା ଗଁ।ରେ ୩୦, ନୟାଗଡ ସହରରେ ୧୦ରୁ ଊର୍ଦ୍ଧ୍ୱ ପରିବାର ଛେନାପୋଡ ପ୍ରସ୍ତୁତ କରିଥାନ୍ତି। ଏଥିପାଇଁ ସ୍ବତନ୍ତ୍ର ଭାବେ ଭାଟି କରାଯାଇ କାରିଗର ଓ ସହଯୋଗୀଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରତ୍ୟହ ଛେନାପୋଡ ସୁନ୍ଦରଗଡ, ବ୍ରହ୍ମପୁର, ରାଉରକେଲା, କେନ୍ଦୁଝର, ସମ୍ବଲପୁର, କୋରାପୁଟ, ରାୟଗଡା, ବାଲିଗୁଡା, ଯୋଡା, ବଡବିଲ, ଝାରସୁଗୁଡା ଆଦି ଅଞ୍ଚଳକୁ ଯାତ୍ରୀବାହୀ ବସ୍‌ରେ ଯାଇଥାଏ। ବର୍ତ୍ତମାନ ଲକ୍‌ଡାଉନ ଯୋଗୁ ଏହା ବନ୍ଦ ହୋଇଯାଇଛି। ଏ ନେଇ ମାଛିପଡାର ଛେନାପୋଡ କାରିଗର ଅନ୍ତର୍ଯାମୀ ବେହେରା କୁହନ୍ତି, କରୋନା କଟକଣା ଯୋଗୁ ଆଉ ଛେନାପୋଡ ଭାଟି ଜଳୁନି। କଁ। ଭଁ। ଲୋକଙ୍କୁ ପୋଡ କରି ବିକ୍ରି କରୁଛୁ। ଆଗରୁ ଜିଲା ସଦର ମହକୁମାକୁ ଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବସ୍‌ରେ ଛେନାପୋଡ ପଠାଉଥିଲୁ। ଏବେ ତାହା ସମ୍ଭବ ହେଉନାହିଁ। ସହଯୋଗୀ କାରିଗର ରମେଶ ବେହେରା କୁହନ୍ତି, ଦିନକୁ ୧ରୁ ଦେଢ଼ କୁଇଣ୍ଟାଲ ଛେନାପୋଡ ପ୍ରସ୍ତୁତ କରାଯାଉଥିଲା। ଏବେ ୧୦ରୁ ୨୦ କିଲୋ ଛେନାପୋଡ କଲେ ବିକ୍ରି ହେଉନି। ଆମ ଘରମାନଙ୍କରେ ଆଉ ଚୁଲି ଜଳୁନି। ଏପରିସ୍ଥିତିରେ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ସହାୟତା ନାହିଁ। ସୋଲପଟାର ଧନୀ ବେହେରା କୁହନ୍ତି, ଛେନାପୋଡ ବ୍ୟବସାୟ ବନ୍ଦ ହୋଇଯିବା ପରେ ଚଳିବୁ କେମିତି ସେହି ଚିନ୍ତାରେ ଅଛୁ। ଜିଲା ବାହାରକୁ ପୋଡ ନ ଯିବା ଦ୍ୱାରା ନୟାଗଡ ଜିଲାରେ ୫ହଜାରରୁ ଊର୍ଦ୍ଧ୍ୱ ପରିବାର ଚଳିବା ମୁସ୍କିଲ ହୋଇଯାଇଛି। ଦରପଦାର ବିଜୟ ବେହେରା କୁହନ୍ତି, ବୃତ୍ତି ବଞ୍ଚାଇବାକୁ ଛେନାପୋଡ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛୁ। ତେବେ ଆଗଭଳି ଏହା ପ୍ରସ୍ତୁତ ହେଉ ନାହିଁ। ସମସ୍ତେ ବେକାର ହୋଇ ଘରେ ବସି ରହିଛୁ। ପରିବାର ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡିଛି। ନବଘନପୁରର ଗୋପାଳକ ନୀଳକଣ୍ଠ ବେହେରା କୁହନ୍ତି, ଛେନାପୋଡ ପ୍ରସ୍ତୁତକାରୀ ଆଉ କ୍ଷୀର ନେଉ ନାହାନ୍ତି। ଗ୍ରାହକ ମଧ୍ୟ କ୍ଷୀର କମାଇ ଦେଇଛନ୍ତି। ଗାଈଙ୍କୁ ଦାନା କିଣି ଦେବାକୁ ପାଖରେ ଟଙ୍କା ନାହିଁ। ଏଣୁ ବଳକା କ୍ଷୀରରେ ଛେନାପୋଡ ପ୍ରସ୍ତୁତ କରି ବିକ୍ରି କରୁଛୁ। ହେଲେ କିଣା ଦାମରେ ବିକ୍ରି କରିବାକୁ ପଡୁଛି। ମାଛିପଡାର ଦୀନବନ୍ଧୁ ବେହେରା କୁହନ୍ତି, ଆମ ପରିବାର ଜିଲାର ବିଭିନ୍ନ ସ୍ଥାନରୁ କ୍ଷୀର ସଂଗ୍ରହ କରି ଆଣି ଛେନା ପ୍ରସ୍ତୁତ କରୁ। ଉକ୍ତ ଛେନାକୁ ଛେନାପୋଡ କାରିଗରଙ୍କୁ ବିକ୍ରି କରୁ। ଏବେ ଛେନାପୋଡ ପ୍ରସ୍ତୁତ ହେଉ ନ ଥିବାରୁ ଆମ ବ୍ୟବସାୟ ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଦ ହଜାଇଲା ଅଦିନିଆ ବର୍ଷା: କ୍ଷେତରେ ପଚି ଗଜା ହେଲାଣି ପାଚିଲା ଧାନ

ଛେନାପଦି, ୨୬ା୧୨(ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ୪ ଦିନ ପୂର୍ବେ...

ନିଦ ହଜାଇଛି ଜିନ୍ନତ: ପୁଣି ଓଡ଼ିଶା ଆସିବାକୁ ଯାଉଛନ୍ତି ଆଉ ଦୁଇ ବାଘ

ଭୁବନେଶ୍ୱର,୨୬ା୧୨: ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ତିନି ରାଜ୍ୟ ବନ ବିଭାଗର ନିଦ ହଜାଇଛି। ଏହାରି ମଧ୍ୟରେ ଆଉ କିଛି ବାଘ ପୁଣି ଓଡିଶା...

୪ ମଣ୍ଡିରେ ଶୀତ-ବର୍ଷାରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ଚାଷୀଙ୍କ ନିଦ ହଜିଛି

କେସିଙ୍ଗା,୨୬ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଚଳିତବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ଫସଲ ପାକଳ ହେବା ବେଳକୁ ବର୍ଷାର ଅଭାବ...

ଯାଜପୁର, ନୂଆ ଜଗନ୍ନାଥ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ଼, ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବି

ନିରାକାରପୁର, ୨୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ନିରାକାରପୁର ବଜାରରୁ ଲେଣ୍ଡୋ ପଞ୍ଚାୟତର ଯାଜପୁର ଗାଁକୁ ଯିବା ମୁଖ୍ୟ ରାସ୍ତାଟି ଏବେ ଡମ୍ପିଂୟାର୍ଡ଼ ପାଲଟିଛି। ଖାଲି ଯାଜପୁର...

ଏଆରଆଇଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ, ୮ଟି ପ୍ଲଟ୍‌, ନଗଦ ଟଙ୍କା ସମେତ ମିଳିଲା…

କୋରାପୁଟ। ବୋରିଗୁମ୍ମା,୨୬।୧୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ): ଭିଜିଲାନ୍ସ ଜାଲରେ କୋରାପୁଟ ଜିଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଏଆରଆଇ। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ...

ରଘୁବର ଦାସଙ୍କ ଇସ୍ତଫା ପରେ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଢ଼ିଲା ଦାବି

ଭୁବନେଶ୍ୱର,୨୬ା୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିବା ପରେ ହରିବାବୁ କମ୍ଭମପତିଙ୍କୁ ରାଜ୍ୟର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ...

ନବୀନଙ୍କ ପରେ କିଏ? ଉତ୍ତରରେ ନବୀନ କହିଲେ ମୋ’ ପରେ…

ଭୁବନେଶ୍ୱର,୨୬ା୧୨: ଗୁରୁବାର ଶଙ୍ଖଭବନରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିସହିତ...

ଟ୍ରେନ ସୁରକ୍ଷାରେ ଥିଲେ, ଟ୍ରେନରେ କଟିଗଲେ

ତିହିଡି,୨୬।୧୨(ସଞ୍ଜିତ ବଳ): ଟ୍ରେନ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ଘଟଣା ହେଉଛି ତିହିଡି ବ୍ଲକ ପୀରହାଟ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri