Categories: ଜାତୀୟ

ହାତରୁ ଗଲା ମୁଖ୍ୟମନ୍ତ୍ରୀ ପଦ, ଏବେ ଘର ଛାଡିଲେ ଦେବେନ୍ଦ୍ର-ଅମୃତା

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରରେ ଶେଷରେ ଶିବସେନା, ଏନସିପି ମିଳିତ ଭାବେ ସରକାର ଗଢିଛନ୍ତି। ଉଦ୍ଧବ ଠାକ୍‌ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନାଟକୀୟ ଢଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାର ୩ ଦିନ ୮ ଘଣ୍ଟା ପରେ ନିଜ ପଦରୁ ଇସ୍ତଫା ଦେଇଥିବା ଦେବେନ୍ଦ୍ର ଫଡନଭିସ୍‌ ମୁମ୍ବାଇସ୍ଥିତ ମୁଖ୍ୟମନ୍ତ୍ରୀ ନିବାସ ‘ବର୍ଷା’କୁ ଖାଲି କରିଛନ୍ତି। ଏବେ ସମସ୍ତ ଜିନିଷପତ୍ର ଖାଲି କରାଯାଉଛି। ଫଡ୍‌ନବିସ୍‌ ଇସ୍ତଫା ଦେବା ପରେ ତାଙ୍କ ସ୍ତ୍ରୀ ଅମୃତା ଫଡ୍‌ନଭିସ ଏକ ଭାବପ୍ରବଣ ଟୁଇଟ କରିଥିତ୍ଲେ। ସେ ଟୁଇଟରେ ଏକ ଗଜଲ ପଂକ୍ତି ଲେଖି କହିଥିଲେ, ପଲଟ କେ ଆଉଙ୍ଗି ଶାଖୋଁ ପେ ଖୁସବୁଏଁ ଲେକର.. ଖିଜାଁ କି ଜଡ ମେ ହୁଁ ମୌସମ ଜରା ବଦଲେ ନେ ଦୋ..। ଧନ୍ୟବାଦ ମହାରାଷ୍ଟ୍ର, ଅଭୁଲା ପାଞ୍ଚବର୍ଷ ଆପଣମାନେ ମୋତେ ଯେଉଁ ଭଲ ପାଇବା ଦେଇଛନ୍ତି ତାହା ସବୁବେଳେ ମନେ ପଡିବ। ମୁଁ ମୋ ଯୋଗ୍ୟତା ହିସାବରେ କାମ କରିବାକୁ ଚେଷ୍ଟା କରିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ମୋର ଇଚ୍ଛା ଥିଲା। ଫଡନବିସ୍‌ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପରେ ଅମୃତା ଏହି ଟୁଇଟ୍‌ କରିଥିଲେ। ସୂଚନାଯୋଗ୍ୟ,ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୭୯ ଘଣ୍ଟା ପରେ ଉଭୟ ଦେବେନ୍ଦ୍ର ଫଡନ୍‌ବିସ ଏବଂ ଅଜିତ ପାଓ୍ବାର ଇସ୍ତଫା ଦେଇଥିଲେ।

Share