ବିବାହିତ ମହିଳାମାନେ ଚୁଡ଼ି ପିନ୍ଧିବା ବିଧି ରହିଛି। ଚୁଡ଼ି ପିନ୍ଧିଲେ ସ୍ବାମୀଙ୍କ ଆୟୁଷ ବଢ଼ିବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି କୁହାଯାଇଥାଏ। ମାତ୍ର ଏହାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଜାଣନ୍ତୁ ଏ ସମ୍ପର୍କରେ…
ଶ୍ୱାସରୋଗ:
ଚୁଡ଼ି ପିନ୍ଧିଲେ ଶ୍ୱାସରୋଗ ଏବଂ ହୃଦ୍ ଜନିତ ରୋଗ ଆଶଙ୍କା କମ୍ ହୋଇଥାଏ।
ମାନସିକ ସନ୍ତୁଳନ:
ଚୁଡ଼ି ପିନ୍ଧିବା ଦ୍ୱାରା ମହିଳାମାନଙ୍କର ମାନସିକ ସନ୍ତୁଳନ ଠିକ୍ ଭାବରେ ହୋଇଥାଏ। ବୈଜ୍ଞାନିକଙ୍କ ତର୍କ ଅନୁସାରେ, କାଚ ଚୁଡ଼ି ପିନ୍ଧିବା ଦ୍ୱାରା ଏହାର ଶବ୍ଦରେ ନକାରାତ୍ମକ ଶକ୍ତି ଦୂରେଇ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ।
ରକ୍ତ ପ୍ରବାହ:
ଚୁଡ଼ି ସହ ଚୁଡ଼ି ଘଷି ହେବା ଦ୍ୱାରା ରକ୍ତ ସଂଚାର ବଢ଼ିଥାଏ।
ଥକ୍କାପଣ ଦୂର ହୁଏ:
ଚୁଡ଼ି ସହ ଚୁଡ଼ି ଘଷି ହେବା ଦ୍ୱାରା ଶରୀରରେ ଶକ୍ତି ଉତ୍ପନ୍ନ ହୁଏ। ଯେଉଁ କାରଣରୁ ମହିଳାମାନେ ଥକ୍କା ଅନୁଭବ କରନ୍ତି ନାହିଁ।
ହରମୋନ୍ର ସନ୍ତୁଳନ:
ମହିଳାମାନେ ଚୁଡ଼ି ପିନ୍ଧିବା ଦ୍ୱାରା ଶରୀରରେ ହରମୋନ୍ରେ ସନ୍ତୁଳନ ରକ୍ଷା ହୋଇଥାଏ। ଫଳରେ ମହିଳାମାନେ ସୁସ୍ଥ ରହିଥାନ୍ତି।
ଆୟୁର୍ବେଦ ଅନୁସାରେ, ସୁନା ଏବଂ ରୁପା ଚୁଡ଼ି ମହିଳାମାନଙ୍କର ବଳବର୍ଦ୍ଧକ ଅଟେ। ଯେଉଁ ମହିଳାମାନେ ହାତରେ ସୁନା, ରୁପାର ଚୁଡ଼ି ପିନ୍ଧିଥାନ୍ତି ସେମାନେ ଦୀର୍ଘାୟୁ ହୁଅନ୍ତି।