ହାତରେ ଟର୍ଚ୍ଚ ଧରି ଏଭରେଷ୍ଟ ଶୃଙ୍ଗ ଚଢୁଛନ୍ତି ପର୍ବତାରୋହୀ

କାଠମାଣ୍ଡୁ,୧୨।୩: ଏବେ ଗିରି ଶୃଙ୍ଗ ଏଭରେଷ୍ଟ ଚଢିବା ପାଇଁ ପର୍ବତାରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗିରିଶୃଙ୍ଗ ଆରୋହଣ କରିବାର ନିଶାରେ ମସଗୁଲ୍‌ ପର୍ବତାରୋହୀ ହାତରେ ଟର୍ଚ୍ଚ ଧରି ଆଗେଇ ଚାଲିଛନ୍ତି। ଏ ସମ୍ପର୍କିତ ଏକ ଫଟୋ ଆଇଏଫ୍‌ଏସ୍‌ ଅଫିସର ପରବିନ୍‌ କାସଓ୍ବାନ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। କିଭଳି ଗିରିଶୃଙ୍ଗ ଆରୋହଣକାରୀଙ୍କ ସଂଖ୍ୟା ବଢ଼ି ଏବେ ଟ୍ରାଫିକ୍‌ ଜାମ୍‌ ହେବାରେ ଲାଗିଛି ତାହା ସେ ଟୁଇଟ୍‌ କରିଛନ୍ତି। ୮,୮୪୮ ମିଟର ଉଚ୍ଚ ଗିରିଶୃଙ୍ଗ ଆରୋହଣ କରିିବା ପାଇଁ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେଉଥିବା ସେ ସୂଚିତ କରିଛନ୍ତି।

Share