ହାତରେ ହାତ ଛନ୍ଦି ବୁଲୁଥିଲେ ଏହି ଯୋଡ଼ି, କ୍ୟାଚ୍‌ କରିନେଲା କ୍ୟାମେରା

ହାତରେ ହାତ ଛନ୍ଦି ବଲିଉଡ୍‌ର ଏହି ଯୋଡ଼ି କାର୍‌ରେ ବୁଲୁଥିଲେ। ଫଟୋଗ୍ରାଫରଙ୍କ କ୍ୟାମେରାକୁ ଦେଖି ମୁହଁ ଲୁଚାଇଦେଲେ। କିନ୍ତୁ ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି ପରି ଏହି ଯୋଡ଼ିଙ୍କୁ ସେତେବେଳକୁ କ୍ୟାଚ୍‌ କରି ନେଇଥିଲା କ୍ୟାମେରା। ଆମେ ଆଉ କାହା କଥା କହୁନୁ। କହୁଛୁ ସାରା ଅଲ୍ଲୀ ଖାନ୍‌ ଆଉ କାର୍ତ୍ତିକ ଆର୍ଯ୍ୟନଙ୍କ କଥା। ଏହି ଦୁଇଜଣ ଏବେ ଫିଲ୍ମ ‘ଲଭ୍‌ ଆଜକଲ୍‌ ୨’ର ଶୁଟିଂରେ ବ୍ୟସ୍ତ।

ଏହା ବ୍ୟତୀତ ଶୁଟିଂ ପରେ ଏହି ଯୋଡ଼ି ସାଥୀ ହୋଇ ବୁଲୁଛନ୍ତି। ଦୁଇଜଣ ଗୋଟିଏ କାରରେ ହାତ ଧରାଧରି ହୋଇ ବସିଥିଲେ। ଯେତେବେଳେ ଫଟୋଗ୍ରାଫରଙ୍କ ନଜର ଦୁହିଁଙ୍କ ଉପରେ ପଡ଼ିଲା, ସାରା ମୁଣ୍ଡ ତଳକୁ କରିଦେଲେ। ସେତେବେଳେ କାର୍ତ୍ତିକଙ୍କ ଚେହେରା କ୍ୟାମେରାରେ କ୍ୟାପଚର ହୋଇଗଲା। ଏଥିରୁ ଦୁହିଁଙ୍କ କେମେଷ୍ଟ୍ରି ବିଷୟରେ ସ୍ପଷ୍ଟ ଜଣାପଡ଼ୁଛିା। ଫିଲ୍ମରେ ମଧ୍ୟ ସାରା ଏବଂ କାର୍ତ୍ତିକଙ୍କ ରୋମାନ୍ସ ସିନ୍‌ ରହିଛି।

Share