Categories: ଫୁରସତ

ହାତର କାମ ଜାଣିପାରୁଛି ସ୍ମାର୍ଟଓ୍ବାଚ୍‌

କାର୍ନେଗି ମିଲନ ୟୁନିଭର୍ସିଟିର ହ୍ୟୁମାନ- କମ୍ପ୍ୟୁଟର ଇଣ୍ଟରଆକ୍ସନ ଇନଷ୍ଟିଚ୍ୟୁଟର ଗବେଷକମାନେ ଏକ ସ୍ମାର୍ଟ ଓ୍ବାଚ ପ୍ରସ୍ତୁତ କରିଛନ୍ତି ଯାହା ହାତର କାର୍ଯ୍ୟକୁ ସହଜରେ ଜାଣିପାରୁଛି। କଇଁଚିରେ କିଛି କାଟିବା, କି-ବୋର୍ଡରେ ଟାଇପ କରିବା, ବାସନ ମାଜିବା କିମ୍ବା ପୋଷାଜୀବଙ୍କ ଯନତ୍ ନେବା ଭଳି କାର୍ଯ୍ୟକୁ ସହଜରେ ଜାଣିପାରିବ। ଏଥିରେ ବ୍ୟବହାର କରାଯାଇଥିବା ଆକ୍ସିଲେରୋମିଟର ହାତର ଗତିକୁ ଜାଣିପାରୁଛି। କେତେକ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ ସହ ଜଡିତ ଥିବା ଶବ୍ଦକୁ ବି ୯୫ ପ୍ରତିଶତ ଜାଣିପାରୁଛି।

Share